ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଏନ ସି ସି ଦିବସ ପାଳିତ
ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଏନ୍ ସି ସି ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଏନ୍ ସି ସି ଯଥା ଆର୍ମୀ, ନେଭି ଓ ଏୟାର ୱିଙ୍ଗ୍ କ୍ୟାଡେଟ୍ ଉପସ୍ଥିତ ହୋଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନୁ ନାହାକ ଏନ୍ ସି ସି ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ଏନ୍ ସି ସି ଦିବସ ର ମହତ୍ତ୍ବ ମଧ୍ଯ ସରଳ ଭାବରେ ବୁଝାଇ ଦେଇଥିଲେ। ତତ୍ ପରବର୍ତ୍ତୀ ସମୟରେ ସମୂହ ଏନ୍ ସି ସି ସଙ୍ଗୀତ "ହମ୍ ସବ୍ ଭାରତୀୟ ହେ " ଗାନ କରି ଥିଲେ ଏବଂ ହର୍ଷ ଧ୍ବନି ଦେଇଥିଲେ । ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷ ର କ୍ୟାଡେଟ ଭାଗନେଇଥିଲେ । ତତ୍ ପରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟ କ୍ରମରେ ସମସ୍ତେ ବିଦ୍ୟାଳୟ ହତା ସଫେଇ କରିଥିଲେ । ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା । ଏଥ୍ ନିମିତ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟ ର ଏନ୍ ସି ସି ଏୟାର ଓ୍ବିଙ୍ଗ୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ନାଭାଲ୍ କେୟାର ଟେକର ଇପ୍ରଇୟମ୍ ବଡରଇତ , ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ , ସପନେଶ୍ବରୀ ଦିଗାଲ, ବିଳାସିନୀ ଜେନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୧/୨୦୨୩---୮,୪୫ Sakhigopal News,26/11/2023