Breaking News

ସତ୍ୟବାଦୀ ସ୍ଵାଇଁଙ୍କ ଏକାଦଶାହରେ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ସତ୍ୟସ୍ଵର ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି

 ଡେଲାଙ୍ଗ -ଖାଲି ସୁଦକ୍ଷ ରାଜନେତା ନୁହେଁ , ଅଧିକନ୍ତୁ ଜଣେ ଦକ୍ଷ ସଙ୍ଗଠକ,ସମାଜ ମଙ୍ଗଳକାରୀ, ବିଚାରଶୀଳ, ସତ୍ୟନିଷ୍ଠ ,ଦୂରଦୃଷ୍ଟି ସମ୍ପନ୍ନ, ଆଧ୍ୟାତ୍ମିକ ,ସ୍ପଷ୍ଟବାଦୀ ମଣିଷ ଭାବେ  ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ଓ ଜିଲ୍ଲା ଭୁବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ ତଥା ଡେଲାଙ୍ଗ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ଵାଇଁ ପ୍ରେରଣା ଓ ସୁପରାମର୍ଶର ଉତ୍ସ ଥିଲେ ବୋଲି ତାଙ୍କ ଏକାଦଶାହରେ ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ ହାକପଡା ଗାଁରେ ଅନୁଷ୍ଠିତ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ମାନ୍ୟ ଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନେ ମତବ୍ୟକ୍ତ କରିଛନ୍ତି । ସ୍ବର୍ଗତ ସ୍ବାଇଁଙ୍କ ସୁପୁତ୍ର ତପନ, ଶାନ୍ତନୁ, ସୁସାନ୍ତ, ଜାମାତା ପ୍ରମୋଦ, ରତ୍ନାକର, ବନ୍ଧୁ ସୁକାନ୍ତ, କନ୍ୟା ଜ୍ୟୋତ୍ସ୍ନା, ସଂଧ୍ୟା ,ସୁପ୍ରଭା ପରିବାରବର୍ଗ ଜ୍ଞାତି କୁଟୁମ୍ବଙ୍କ ସ଼ହ ତାଙ୍କର ଅତି ଆପଣାର ଡେଲାଙ୍ଗ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଶିକ୍ଷକ ଅଭୟ ଚରଣ ସାହୁଙ୍କ  ସହଯୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।ଡେ଼ଲାଙ୍ଗ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବୈରାଗୀ ଜେନା ଏଥିରେ ସଭାପତିତ୍ବ କରି ଲମ୍ବା ରାଜନୈତିକ ଜୀବନର ଅନେକ କଥା କହିଥିଲେ। ପ୍ରାରମ୍ଭରେ  ଅଭୟ ଚରଣ ସାହୁଙ୍କ ତତ୍ତ୍ଵାବଧାନରେ ଭଗବତ୍ କାର୍ଯ୍ୟକ୍ରମ ସହ ସ୍ବର୍ଗତ ସ୍ବାଇଁଙ୍କ ଆତ୍ମାର ସଦଗତି ପାଇଁଁ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ  ଡେ଼ଲାଙ୍ଗ ବ୍ଲକ୍ ର ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ରାଜ୍ୟ କୃଷକ ନେତା ଅଶୋକ ପ୍ରଧାନ,ପୂର୍ବତନ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟ ମିଶ୍ର,ସମାଜସେବୀ ନଳିନୀ ପଟ୍ଟନାୟକ, ଅର୍ଜୁନ ଜେନା,ନବ ପ୍ରଧାନ ,ପ୍ରଭାସ ପ୍ରଧାନ,କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର, କିଷାନ୍ ପଟ୍ଟନାୟକ,ପ୍ରବଚକ ଶରତ ରାଉତ, ଡେଲାଙ୍ଗ କଲେଜ ଅଧ୍ୟକ୍ଷ ସରୋଜ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ, ସମବାୟ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନ ରଂଜନ ପଟ୍ଟନାୟକ,କଂଗ୍ରେସ ନେତା ବିଶ୍ବକେତନ ହରିଚନ୍ଦନ ମହାପାତ୍ର, ଦେବ ରାଉତ,ପ୍ରାକ୍ତନ ସରପଞ୍ଚ ଦୁର୍ଯୋଧନ ସାହୁ,କାକଟପୁରର ଓ ନିମାପଡ଼ାର କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଣ୍ଟିଆ, ବିଜୟ ପ୍ରଧାନ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ଗଦାଧର ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ଅବସରପ୍ରାପ୍ତ ପୋଲିସ ଅଫିସର ଲକ୍ଷ୍ମୀଧର ପ୍ରଧାନ,ସୁକାନ୍ତ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ଜେନା, ବିଭୁତି ଭୁଷଣ ହୋତା, ଶିକ୍ଷକ ବସନ୍ତ ଦାସ, ପ୍ରଶାନ୍ତ ମହାରଣା, ଦିଲ୍ଲୀପ ନାୟକ ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, କସ୍ତୁରବା କେନ୍ଦ୍ରର ସଂଚାଳିକା କବିତାରାଣୀ ପରିଡ଼ା, ଗାନ୍ଧୀ କମିଟି ସଂପାଦକ ଚନ୍ଦ୍ରଶେଖର ବିଶ୍ବାଳ,ବେରଵୋଇ ଗାନ୍ଧୀ କମିଟିର  ସଭ୍ୟ ସଭ୍ୟାମାନେ  ଯୋଗଦେଇ ଉପଦେଷ୍ଟା ଭାବେ ତାଙ୍କର ସୁଉପଦେଶ ,ସ୍ଵର୍ଗତ ମାଗୁଣି ଚରଣ ସାହୁଙ୍କ ସହ ମିଶି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଡେଲାଙ୍ଗ କଲେଜ ପ୍ରତିଷ୍ଠାରେ ତାଙ୍କର ପ୍ରଚ୍ଛଦପଟ ହାତ ,ନିଜ ଗାଁରେ ବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଆନ୍ତରିକ ପ୍ରଚେଷ୍ଟା, ଡେନମାର୍କ ସରକାରଙ୍କ ଜରିଆରେ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶିକ୍ଷା, ସ୍ଵାସ୍ଥ୍ୟ କେନ୍ଦ୍ର, ପଶୁ ଡାକ୍ତରଖାନାର ଉନ୍ନତି କରଣ, ଶାନ୍ତି ଶୃଙ୍ଖଳା ରକ୍ଷା ,ବ୍ୟାଙ୍କ ନିର୍ଦ୍ଦେଶକ ରହି କୃଷକମାନଙ୍କ ଉନ୍ନତି ଓ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ ସୃଷ୍ଟି, କରିଥିଲେ । ଗାଁ ଓ ଚତୁଃପାର୍ଶ୍ଵର ଆନୁଷ୍ଠାନିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ତାଙ୍କର ସ୍ବକୀୟ ଉଦ୍ୟମ ଭଳି ଅନେକ ମହନୀୟ କାର୍ଯ୍ୟ  ପାଇଁ ସେ ସମାଜରେ ଚିରକାଳ ଚିରସ୍ମରଣୀୟ ରହିବେ ବୋଲି  ଅତିଥି ମାନେ ମତପ୍ରକାଶ କରିଥିଲେ। ପ୍ରାକ୍ତନ ଡେ଼ଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଶିକ୍ଷକ ଅଭୟ ଚରଣ ସାହୁ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ।  ପ୍ରାକ୍ତନ ସମବାୟ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଓ ଡେ଼ଲାଙ୍ଗ ଅଞ୍ଚଳବାସୀଙ୍କ ତରଫରୁ ସ୍ଵର୍ଗତ ସ୍ଵାଇଁଙ୍କ ଉଦ୍ଦେଶ୍ୟରେ ତାଙ୍କ ପତ୍ନୀ ସତ୍ୟଭାମା ଓ ପୁତ୍ରବର୍ଗଙ୍କୁ ମରଣୋତ୍ତର ସ୍ମୃତି ସମ୍ମାନ ସ୍ବରୁପ ମାନପତ୍ର ପ୍ରଦାନ କରାଯାଇଥିଲା।ଶିକ୍ଷକ ଅଭୟ ସାହୁ ସ୍ଵର୍ଗତ ସ୍ଵାଇଁଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଶେଷ ବିଦାୟ ସଙ୍ଗୀତ ଗାଇଥିଲେ। ଏଥିରେ ଆଖପାଖ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ବ ସତ୍ୟବାଦୀ ପ୍ରେମୀମାନେ ଯୋଗଦେଇଥିଲେ । ଜିଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଭାରେ ଦେଇଥିବା ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ । ସ୍ବର୍ଗତ ସ୍ଵାଇଁଙ୍କ ଗୁଣଗ୍ରାହୀମାନଙ୍କୁ ପତ୍ନୀ ସତ୍ୟଭାମା ପୁତ୍ର ତପନ,ଶାନ୍ତନୁ, ସୁସାନ୍ତ, ଭ୍ରାତା କୁମର, ପୁତୁରା ଶ୍ରୀକାନ୍ତ,ହରିଆ ଢେଗୁ ଓ ପରିବାରବନ୍ଧୁ ବର୍ଗ କୃତଜ୍ଞତା ଜ୍ଞାପନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୧/୨୦୨୩----୭,୧୦ Sakhigopal News,25/21/2023

Blog Archive

Popular Posts