Breaking News

ଉଇ ହୁଙ୍କା ମୂଳେ ପୂଜା କଲେ ତେଲୁଗୁ ସମ୍ପ୍ରଦାୟର ମହିଳା



ଜଟଣୀ -ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନାଗ ଚତୁର୍ଥୀ ଦିନ ଦକ୍ଷିଣ ଭାରତ ତେଲୁଗୁ ସମ୍ପ୍ରଦାୟର ବିବାହିତ ଦମ୍ପତି ହୁଙ୍କା ମୂଳେ ନାଗ ଦେବତାଙ୍କୁ ପୂଜା କରିଥାନ୍ତି । ଏହି ପୃଜା ଜୀବନରେ କୋଟି ଜନ୍ମର ପୁଣ୍ୟ ଫଳ ସହ ସର୍ପ କାମୁଡ଼ାରେ ଅକାଳ ମୁତ୍ୟୁର ଭୟ ଦୂର ହୁଏ ବୋଲି ବିଶ୍ୱାସ ଅଛି l ଦୀପାବଳୀ ଅମାବାସ୍ୟାର ଚାରି ଦିନ ପରେ ନାଗ ଚତୁର୍ଥୀ ପୂଜା ପାଳିତ ହୋଇଥାଏ l ଏହି ଦିନ ତେଲୁଗୁ ସମ୍ପ୍ରଦାୟର ବିବାହିତ ଦମ୍ପତି ନିଜ ପରିବାର ଓ ସନ୍ତାନ ମାନଙ୍କ ଶୁଭ ମନାସି ଉଇ ହୁଙ୍କାରେ ନାଗ ଦେବତାଙ୍କୁ ପୂଜା କରିଥାନ୍ତି l ସକାଳୁ ବିବାହିତ ଦମ୍ପତି ପରିବାର ସହ ଉଇ ହୁଙ୍କା ନିକଟରେ କ୍ଷୀର, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଦେଇ ନାଗ ଦେବତାକୁ ପୂଜା କରିଥାନ୍ତି l ଏହା ତେଲୁଗୁ ସମ୍ପ୍ରଦାୟର ପାରମ୍ପରିକ ପୂଜା ଵିଧି l ପ୍ରତିବର୍ଷ ଏହି ଦିନ ନାଗ ଦେବତାଙ୍କୁ ପୂଜା ଅର୍ଚନା କରାଯାଇଥାଏ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୧/୨୦୨୩----୮,୪୫ Sakhigopal News,17/11/2023

Blog Archive

Popular Posts