Breaking News

ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ, ପରିଚାଳନା କମିଟି ବୈଠକ



ଭଞ୍ଜନଗର :--- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ସରକାରଙ୍କ ନିର୍ଦେଶ ପ୍ରକାରେ  ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟି ବୈଠକ ସଭାପତି ଗୋଲାପ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ବୈଠକର ଉଦେଶ୍ୟ ଜ୍ଞାପନ କରିବାସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ କହିଥିଲେ l ସି. ଆର. ସି. ସି. ମୋହନ ସାହୁ ବୈଠକ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ବିଦ୍ୟାଳୟ ର ସବୁବର୍ଗ ପାଇବା ର ସୁଯୋଗ ରହିଥିବା ଉପରେ କହିଥିବା ବେଳେ ବରିଷ୍ଠ ଶିକ୍ଷକ ସାଜନ ସ୍ୱାଇଁ ପରୀକ୍ଷା ପଦ୍ଧତି ଓ ମାର୍କ ଉପରେ କହିବା ପରେ ଶିକ୍ଷକ ମନୋରଞ୍ଜନ ପଣ୍ଡା ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନା, ହାଉସ ଡ୍ରେସ ଉପରେ ଓ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା ବିଦ୍ୟାଳୟ ରେ ଶୃଙ୍ଖଳିତ ଜ୍ଞାନ ସହ ନୈତିକ ମୂଲ୍ୟବୋଧ ଉପରେ କହିଥିଲେ l ଏହାପରେ ଉପରୋକ୍ତ ବିଷୟରେ ଆଲୋଚନା କରାଯାଇଥିଲା l ପାଖାପାଖି ଏକ ଶହରୁ ଉର୍ଧ୍ଵ ଅଭିଭାବକ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଯୋଗଦେଇଥିଲେ l ପରିଶେଷରେ ଶିକ୍ଷକ ସାଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୩_୯,୩୫ Sakhigopal News ,23/11/2023

Blog Archive

Popular Posts