Breaking News

ସତ୍ୟବାଦୀ ବ୍ଳକରେ ୪୦୫ ଜଣ ନିର୍ମାଣ ଶ୍ରମିକଙ୍କୁ ୧କୋଟି ୬୨ ଲକ୍ଷ ୮୩ ହଜାର ଟଙ୍କା ସହାୟତା ପ୍ରଦାନ


 

ସାକ୍ଷୀଗୋପାଳ---  ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଭାଗ ପକ୍ଷରୁ ସତ୍ୟବାଦୀରେ ୪୦୫ ଜଣ ବିଭିନ୍ନ  ବିଭାଗରେ ୧ କୋଟି ୬୨ ଲକ୍ଷ ୮୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ୧୫୦ ଜଣ ନୂତନ ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ଶିବ ଶଙ୍କର ମିଶ୍ର ପ୍ରଭାଗୀୟ ଶ୍ରମ ଆୟୁତ, ପୁରୀଙ୍କ ଠାରୁ ସୁଚନା ମିଳିଛି ।  ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ,ଜିଲ୍ଲା ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ କୁମାର ଜେନା,ଶ୍ରମିକ ନେତା ମଧୁସୂଦନ ପ୍ରଧାନ, ଅଶ୍ୱନୀ ନନ୍ଦ, ଗଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟର୍ପଣ  କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ବିଧାୟକ କହିଥିଲେ ଯେ ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଓଡିଶାରୁ ଏହି ଯୋଜନାରେ ପ୍ରାୟ ଏକ କୋଟିରୁ ଅଧିକଶ୍ରମିକ  ଏହି ଯୋଜନାରେ ସାମିଲ ହୋଇ ରାଜ୍ୟ ସରକାର ଯୋଗାଇ ଦେଇଥିବା ସୁବିଧା ପାଇଛନ୍ତି ବୋଲି ବିଧାୟକ ଶ୍ରୀ ସମାନ୍ତରାୟ ମତ ପ୍ରକାଶ କରିଥିଲେ । ସେହିପରି ସତ୍ୟବାଦୀ ବ୍ଳକର ଯେପରି ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ନଜର ଦେବାକୁ ବିଧାୟକଙ୍କୁ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ । ଶିକ୍ଷା ଯୋଜନାରେ ୧୩୦ ଜଣଙ୍କୁ ୬ଲକ୍ଷ ୮୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଝିଅ ମାନଙ୍କର ବିବାହ ପାଇଁ ୨୩୭ ଜଣଙ୍କୁ ୧କୋଟି ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୧୯ ଜଣ ୩୭ ଲକ୍ଷ ଟଙ୍କା ମୃତ୍ୟୁ ଶ୍ରମିକ ପରିବାର ମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୯ ଜଣ ଶ୍ରମିକଙ୍କର ଶବସତ୍କାର ପାଇଁ ୧୯ ଲକ୍ଷ ୯୫ ହଜାର ଟଙ୍କା ଅର୍ଥ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡିଛି । ସାକ୍ଷୀଗୋପିନାଥ ନିର୍ମାଣ ଶ୍ରମିକ ସଂଘ, ଜଗନ୍ନାଥ ନିର୍ମାଣ ଶ୍ରମିକ ସଂଘ, ମା ହରଚଣ୍ଡୀ ନିର୍ମାଣ ଶ୍ରମିକ ସଂଘ, ଓଡିଶା କନଷ୍ଟକସନ ୱାର୍କସ ୟନିୟୁନ ଓ ଆଞ୍ଚଳିକ ନିର୍ମାଣ ଶ୍ରମିକ ସଂଘର ସହଯୋଗରେ ଶବିରଟି ଅନୁଷ୍ଠିତ ହୋଇଥିଲା ।  ସହକାରୀ ଶ୍ରମ ଅଧିକାରୀ ପିୟଙ୍କା ପିୟଦର୍ଶନୀ, ସହକାରୀ ଶ୍ରମ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୧/୨୦୨୩---୬,୧୦    Sakhigopal News,30/11/2023

Blog Archive

Popular Posts