Breaking News

ଶିଶୁ ବିଦ୍ୟା ମନ୍ଦିରର ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


ଜଟଣୀ :--ସ୍ଥାନୀୟ ବରପଦା ଠାରେ ଅବସ୍ଥିତ "ମା 'ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତଟ ରେଲୱେ ଫୁଟବଲ ଦଳର କୋଚ ଏବଂ ସେକ୍ରେଟାରୀ ରମେଶ ଚନ୍ଦ୍ର ପାଇକରାୟ, ପୂର୍ବତଟ ରେଲୱେ ଭଲିବଲ ଦଳର କୋଚ ଏବଂ ସେକ୍ରେଟାରୀ ଅଭୟ କୁମାର ଦାସ, ପୂର୍ବତନ ଫୁଟବଲ ଖେଳାଳି ତଥା ଫୁଟବଲ କୋଚ କେଦାର ବରାଳ ପ୍ରମୁଖ ଯୋଗ ଦେଇ ଛୋଟ ଛୋଟ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ବାର୍ଷିକ କ୍ରୀଡା ରେ ୨୫ ପ୍ରକାରର ଖେଳ ହୋଇଥିଲା l ପ୍ରତ୍ୟକ ଖେଳରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନର ଚୟନ କରାଯାଇଥିଲା l ଖେଳରେ କୃତିତ୍ୱ ଲାଭ କରିଥିବା ଶିଶୁ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କାର ବିତରଣ ହେବ ବୋଲି ବିଦ୍ୟାଳୟର ସମ୍ପାଦକ ସୂଚନା ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରତିଷ୍ଠାତା ସୁଶାନ୍ତ କୁମାର ସୁବୁଦ୍ଧି, ଗୁରୁଜୀ ହିମାଂଶୁ ଶେଖର ବାରିକ, ରଙ୍ଗନାଥ ବେହେରା, ପ୍ରଧାନ ଆଚାର୍ଯ୍ୟା ଅମିଶା ପ୍ରଧାନ, ବିନିତା ଷଡ଼ଙ୍ଗୀ, ମମତା ମିଶ୍ର, ଲକି ଶାସମଲ, ଶ୍ୟାମାଳିମା ରାଉତ ପ୍ରମ୍ମୁଖ ଖେଳ ପରିଚାଳନା କରିଥିଲେ l ଏହି ଖେଳକୁ ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁମା ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୧/୨୦୨୩---୮,୪୫ Sakhigopal News,24/11/2023

Blog Archive

Popular Posts