ସାକ୍ଷୀଗୋପାଳରେ କଂଗ୍ରେସ ଦଳ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟରେ କେତେକ ଦାବୀ ନେଇ କଂଗ୍ରେସ ଦଳ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କରାଯାଇଛି । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା କଂର୍ଗେସର ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନଙ୍କ ତତ୍ୱବଧାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପ୍ରାୟ ଶତାଧିକ ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିବା ସହ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଦାବୀ ମଧ୍ୟରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲା କରିବା , ରତ୍ନଭଣ୍ଡାର ଖୋଲାଯାଇ ଧନରତ୍ନ ଓ ଅଳଙ୍କାର ଗଣତି , ରତ୍ନଭଣ୍ଡାର ମରାମତି, ବେଦାନ୍ତ କମ୍ପାନୀ ପାଇଁ ସରକାର ଅଧିଗ୍ରହଣ କରିଥିବା ଜମିସତ୍ତ୍ୱ ଚାଷୀ ମାନଙ୍କୁ ଫେରାଇବା, ମଠ ମାନଙ୍କରୁ କିଣିଥିବା ପରିବାରଙ୍କୁ ଜଭିସତ୍ତ୍ୱ ପ୍ରଦାନ, ଭୂମିହୀନ ସେବାୟତ ମାନଙ୍କୁ ବାସଗୃହ ଯୋଗାଣ, ଭଙ୍ଗା ଯାଇଥିବା ମଠ, ମନ୍ଦିରର ପୁନଉଦ୍ଦାର ଆଦି ଦାବୀରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗତ ଦାବୀ ଗୁଡିକ ତୁରନ୍ତ ସରକାର ଗ୍ରହଣ କରିବା ପାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ହୋତାଙ୍କ ସହିତ ବିଭିନ୍ନ କଂଗ୍ରେସର କର୍ମୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୧/୨୦୨୩---୭,୧୦ Sakhigopal News, 9/11/2023