Breaking News

ସାକ୍ଷୀଗୋପାଳରେ ପବିତ୍ର ଅଁଳାନବମୀ ଓ ବଡ ଏକାଦଶୀ ପାଇଁ ସମନ୍ୱୟ ବୈଠକ



ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ  ପବିତ୍ର ଅଁଳାନବମୀ ଓ ବଡ ଏକାଦଶୀ ଯାତ୍ରା ପାଇଁ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ଆଜି ଆଜି ଅନୁଷ୍ଠିତ ହେବ । ପୁରୀ ଜିଲ୍ଲାରେ ସାକ୍ଷୀଗୋପାଳର ବଡଯାତ୍ରା ହେଇଛି ଅଁଳାନବମୀ ତଥା ମା ରାଧାରାଣୀଙ୍କ ପାଦ ଦର୍ଶନ । ଏଥିଯୋଗୁ ହଜାର ଜହାର ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥାଏ । ଏ ବର୍ଷ ୨୧ ତାରିଖ ମଙ୍ଗଳବାର ଓ ୨୩ ତାରିଖ ଗୁରୁବାର ଦିନ ବଡଏକାଦଶୀ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏଥିରେ ଉପଜିଲ୍ଲାପାଳ ଭବତାରଣ ସାହୁ ସଭାପତିତ୍ୱ କରିବେ । ୭ ତାରିଖ ଅପରାହ୍ନ ୪ଟା ସମୟରେ ପଞ୍ଚସଖା ସ୍ମୃତି ପାଠଗାର ପରିସରରେ ଅନୁଷ୍ଠିତ ହେବ ବୋଲି ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ମୁଖ୍ୟତ ଠାକୁରଙ୍କ ଦେବନୀତି ପରିଚାଳନା ସମ୍ପର୍କେ, ଆଇନ ଶୃଙ୍ଗଳା ଓ ଯାନବାହାନ, ଅଗ୍ନିଶମ, ବ୍ୟାରିକେଟ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ପରିମଳ, ପାନୀୟ ଜଳ, ସଫେଇ, ସେବାଶିବିର, ଖାଦ୍ୟ ଓ ପାନୀୟ ଜଳ ଆଦି ସମ୍ପର୍କେ ଆଲେଚନା କରାଯିବ । ଏଥିରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲା ପ୍ରଶାସନ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ବୈଠକରେ ଯୋଗ ଦେବାର ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୧୧/୨୦୨୩---୭,୧୦    Sakhigopal News, 6/11/2023

Blog Archive

Popular Posts