Breaking News

ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ; ମୁଖ୍ୟ ଅଭିଯୁକ୍ତ ଗିରଫ



ଭଞ୍ଜନଗର --  ଚାକିରି କରାଇଦେବାକୁ କହି  ଶିକ୍ଷତ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଥାନାରେ ଅଭିଯୋଗ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗଂଜାମ ଜିଲ୍ଲା  ତାରସିଂ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏନେଇ ସୂଚନା ଦେଇଛନ୍ତି ଅଧିକାରୀ ଅଶ୍ବନି ଭିତିରିଆ । ଖବର ନେବାରେ ସୋରଡା ଥାନା ଅଧିନ ସୋରଡା ଗ୍ରାମର ମହେଶ୍ବର ସ୍ବାର ନାମକ ଜୈନିକ ବ୍ୟକ୍ତି ୨୦୨୧ ମସିହାରେ ତାରସିଂ ଓ ଭଂଜନଗର ଥାନା ଅଞ୍ଚଳରେ କିଛି ଶିକ୍ଷିତ ଯୁବକ ମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଚାକିରି କରାଇ ଦେବାକୁ କହିଥିଲା ।   ପ୍ରଥମେ ଯୁବକ ମାନଙ୍କୁ ଲୋଭ ଦେଖାଇ କୋଭିଡି୍ ସମୟରେ ଘର ଘର ବୁଲି ସାନିଟାଇଜର୍ କରାଇବା ନିମନ୍ତେ ନିଯୁକ୍ତି କରାଇଥିଲା । ଏହା ପରେ ବଡ ଚାକିରି କରାଇ ଦେବା ନାଁରେ ପୁଣି ଠକି ଚାଲିଥିଲା  । ପରେ ପରେ ନିଜ ମୋବାଇଲ ନମ୍ବର କୁ ବଦଳାଇ ଦେବା ସହ କିଛଦିନ ପାଇଁ ଫେରାର ହୋଇ ଯାଇଥିଲା । ଟଙ୍କା ଦେଇଥିବା ଯୁବକ ମାନେ ନିରାଶ ହେବା ସହ , ଦେଇ ଥିବା ଟଙ୍କା କେବେ ଫେରିପାଇବେ ତାହାକୁ ଅପେକ୍ଷା କରି ରହିଥିଲେ । ଶେଷରେ ତାରସିଂ ଥାନା ଅଧିନ ଗାଲେରୀ ଗ୍ରାମର ତାରା କାନ୍ତ ଗୌଡ ନାମକ ଜୈନିକ ଯୁବକ ବାଧ୍ୟ ହୋଇ ତାରସିଂ ଥାନାରେ ଅଭିଯୋଗ କରିଥିଲେ ।  ଥାନା କେଶ ନଂ ୩୭୯/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଧରିବା ପାଇଁ ଥାନା ଅଧିକାରୀ ଅଶ୍ବନି ଚଢ଼ାଉ  ଆରମ୍ଭ କରିଥିଲେ । ଶେଷରେ ମୁଖ୍ୟ  ଅଭିଯୁକ୍ତ ମହେଶ୍ବର ସୁଆର କୁ ତାର
 ନିଜ ଗ୍ରାମ ସୋରଡାରୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ କୁ ଜେଲକୁ ଚାଲାଣ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ  ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ଭର୍ତିଆ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୧/୨୦୨୩----୮,୨୫ Sakhigopal News,8/11/2023

Blog Archive

Popular Posts