ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ
ଭଞ୍ଜନଗର :-ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଙ୍କ ସଭାପତିତ୍ୱ ରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ସୂର୍ଯ୍ୟ ନାୟକ, ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଡ଼ି. ବି. ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର, ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ଯୋଗଦେଇ ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଗତ ବିଜ୍ଞାନ ମେଳା ଉପରେ ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ୟା କହିବା ପରେ ଏସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସି. ଆର. ସି. ସି ମାନଙ୍କ ମତାମତ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଜ୍ଞାନ ମେଳା କୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବାସହ ଯେପରି ପ୍ରତ୍ୟେକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିପାରିବେ ତାଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ଅନେକ ଗୁଡିଏ ବିଭାଗ ଗଠନ କରି ସି, ଆର, ସିସି ଓ ଶିକ୍ଷକ ମାନଙ୍କ ମଧ୍ୟରେ ସର୍ବସମ୍ମତିକ୍ରମେ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ୨୭ ଟି ଉଚ୍ଚ ବିଦ୍ୟାଳୟ ଓ ୪୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ୧୬ଟି କ୍ଲଷ୍ଟର ସି. ଆର, ସି ସି ମାନେ ଯୋଗଦେଇଥିଲେ l ବିଜ୍ଞାନ ମେଳା ଆସନ୍ତା ୧୭ ତାରିଖରେ ଦୀନବନ୍ଧୁ ବେହରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ହେବ ବୋଲି ଶିକ୍ଷାଧିକାରୀ ଏସ. ଧନଞ୍ଜୟ କହିଥିଲେ l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୧/୨୦୨୩----୭,୩୫ Sakhigopal News,14/11/2023