Breaking News

୬ଷ୍ଠ ଶ୍ରେଣୀର କୃତୀ ଛାତ୍ରୀ ଙ୍କୁ ବିଦ୍ୟାଳୟ ପକ୍ଷ ରୁ ସମ୍ବର୍ଦ୍ଧନା



 ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ରେ ପାଠ ପଢ଼ୁଥିବା ସୋନାକ୍ଷୀ ଦାଶ ଚଳିତ ବର୍ଷ ପଞ୍ଚମ ବୃତ୍ତି ପରୀକ୍ଷା ରେ କୃତିତ୍ୱ ହାସଲ କରିଛନ୍ତି ।ଶନିବାର ଦିନ ତାଙ୍କୁ ବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଛି ।  ଡ୍ରିଲ କ୍ଲାସ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ସୋନାକ୍ଷୀଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ବାଇଁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଖେଳ ଶିକ୍ଷକ ଉମାକାନ୍ତ ନାୟକ, ଶଶୀଭୁଷଣ ବେହେରା, ବୀଣାପାଣି ସାହୁ, କଳ୍ପନା ଦଳାଇ, ଦେବକୀ ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୧/୨୦୨୩---୭,୧୦ Sakhigopal News,25/10/2023

Blog Archive

Popular Posts