Breaking News

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ; ଚୁଡାଘଷା ବାସ୍ନାରେ ମହକିଲା ମନ୍ଦିର ବେଡା

  


ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପାଳର ଅଁଳାନବମୀ ଓ ବଡ ଏକାଦଶୀ ପର୍ବ  ଭାବେ ବେଶ ଜଣାଶୁଣା । ଏଥିଯୋଗୁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଠାକୁର ସେହିପରି ବଡ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଭକ୍ତ ମାନେ ଲମ୍ବା ଲାଇନିରେ ଠାକୁରଙ୍କୁ ଦର୍ଶନ କରିଥିଲେ । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନେ ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିଥିଲେ । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସର ବଡ ଏକାଦଶୀରେ ଲୋକମାନେ ଠାକୁରଙ୍କ ପାଖରେ ନୂଆଧାନର ଚୁଡା କରି ପ୍ରଥମେ ପ୍ରଭୁ ସାକ୍ଷୀଗୋପିନାଥ ମା ରାଧାରାଣୀଙ୍କୁ ଭୋଗ ଲଗାଇଥାନ୍ତି । ଯାହାକି କୃଷି ପରିବାର ମାନେ ଠାକୁରଙ୍କ ପାଖରେ ପ୍ରଥମେ ନିଜ ବିଲର ଧାନର ତୁଡା କରି ଭୋଗ କରିବା ପରେ ସେ ଖାଇଥାଏ । ମାତ୍ର ଏବେ ସେ ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ । ଅଧିକାଂଶ ଲୋକମାନେ ବଜାରରୁ ଚୁଡାଗୁଣ୍ଡ କିଣିକୁ ଠାକୁରଙ୍କୁ ଭୋଗ ଲଗାଇଥାନ୍ତି । ମାତ୍ର କେତେଜଣ ନିଜ ବିଲରେ କରିଥବା ଧାନ ଅମଳ କରି ସେଥିରେ ପ୍ରସ୍ତୁତ କରିଥିବା ଚୁଡାରେ ଠାକୁରଙ୍କୁ ଚୁଡାଘଷା କରି ଭୋଗ ଲଗାଇଥାନ୍ତି ।  ସେହି ପରମ୍ପରା ଅନୁଯାୟୀ ସାକ୍ଷୀଗୋପିନାଥ ମନ୍ଦିରରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶହ ଶହ ଲୋକମାନେ ମନ୍ଦିର ବେଡାରେ ଚୁଡାଘଷା କରିଥିବାର ଦେଖାଯାଇଥିଲା । କିଛି ପରିବାର ଚୁଡାଘଷା କରିନପାରି ସେବାୟତ ମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଚୁଡାଘଷା କିଣିକି ନେଉଥିବାର ଦେଖାଯାଇଥିଲା । ମନ୍ଦିର ବାହାରେ ବିଭିନ୍ନ ଦେକାନ ବଜାର ଖୋଲିବା ସହ ମନ୍ଦିର ଚତୁପାଶ୍ୱର୍ରେ ଚୁଡାଘଷା ପାଇଁ ସ୍ୱତନ୍ତ୍ର ଦେକାନ ମାନ ଖୋଲିଥିଲା । ଚୁଡାଗୁଣ୍ଡା, ଚିନି, ଗୁଡ, ଗୋଳମରିଚି, ଲବଙ୍ଗ, ଭଲଘିଅ, ନଡିଆ, ଖଟାକମଳା, ପାଚିଲା କଦଳୀ, ଖଇ, କୋରା, ସାକର, ଫେଣି ବିକ୍ରୟ କରାଯାଉଥିଲା ।ସେହିପରି ଭୋଗ କରିବା ପାଇଁ ତାଳପତ୍ର ଭୋଗୋଇ ବିକ୍ରୟ କରାଯାଉଥିବାର ଦେଖାଯାଇଥିଲା । ଏହି ଚୁଡାଘଷା ବାସ୍ନାରେ ମନ୍ଦିର ବେଡା ପରିସର ମହକି ଉଠିଥିଲା । ଅନ୍ୟ ପକ୍ଷେ ପରମ୍ପରା ଅନୁଯାୟୀ ବିଭିନ୍ନ ଗ୍ରାମରୁ ନାମସଂକୀର୍ତ୍ତନ ଦଳ ମନ୍ଦିର ପରିସର ଓ ମନ୍ଦିର ବାହାରେ ଠାକୁରଙ୍କ ଗୁଣଗାନ କରିଥିଲେ ।ସେହିପରି ପଞ୍ଚସଖା ପଡିଆରେ ତିନିଦିନ ଧରି ଅନୁଷ୍ଠିତ ଶ୍ରୀ ରାଧା ମହୋତ୍ସବ  ଆଜି ବିଳମ୍ବିତ ରାତିରେ ଅତିଥି ମାନଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଜଣାଇଛନ୍ତି ଯେ ଶାନ୍ତିଶୃଙ୍ଖଳା ସହିତ ଅଁଳାନବମୀ ଓ ବଡ ଏକାଦଶୀ ପର୍ବ ଶେଷ ହୋଇଥିବାରୁ  ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଜିଳ୍ଲା ପ୍ରଶାସନ, ସତ୍ୟବାଦୀ ବ୍ଳକ ପ୍ରଶାସନ ବିଶେଷ କରି  ସାକ୍ଷୀଗୋପାଳ ସେବାୟତ ସଂଘକୁ ସେ କୃତଙ୍ଗତା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦୨୩---୭,୧୦   Sakhigopla News, 23/11/2023

Blog Archive

Popular Posts