ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ଅନୁଷ୍ଠିତ
ବରଗଡ଼--- ଲରମ୍ଭା କଲେଜରେ ଉଦଘାଟିତ ହେଲା ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଅତାବିରା ବ୍ଳକ ସ୍ଥିତ ଲରମ୍ଭା କଲେଜ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସମତେ ପ୍ରଫେସର ଅଶୋକ କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ , ଶ୍ରୀ ମନରଂଜନ ତ୍ରିପାଠୀ , ଶ୍ରୀ ରବିନ୍ଦ୍ର କୁମାର ନାଏକ, ଶ୍ରୀ ଚିତ୍ତରଂଜନ ଛନ୍ଦ, ଶ୍ରୀ ସୁନୀଳ ସିଂ ଉପସ୍ଥିତ ରହିଥିଲେ । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ଯରେ ଆରମ୍ଭ ହୋଇଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯୁବ ପ୍ରତିଭାର ବିକାଶ । ଯୁବ ବର୍ଗଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗଦେବା ତଥା କ୍ରୀଡା, ସାଂସ୍କୃତିକ କାର୍ଯ୍ୟରେ ମନୋ ନିବେଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମ ଦିବସରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନର ସଚେତନ ବାର୍ତ୍ତା ପାଇଁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଯୁବ ପ୍ରତିଭାର ବିକାଶକୁ ଲକ୍ଷ୍ୟରଖି ଫୁଟବଲ୍ , ଖୋଖୋ, କ୍ରିକେଟ, ଭଲିବଲ, ବ୍ୟାଟ ମିନଟନ, କ୍ୟାରମ, ଚେସ, କବାଡି, ପ୍ରବନ୍ଧଲିଖନ, ବକ୍ତୃତା, କବିତାଲିଖନ, ରଂଗୋଲି, ସଂଗୀତ , ନୃତ୍ୟ , ମୂକାଭିନୟ, ଏକାଙ୍କିକା, ପାରମ୍ପରିକ ଫେସନ ସୋ, ସଡକ ସୁରକ୍ଷା , ଏଡସ ମୁକ୍ତ ସମାଜ ଗଠନ ଶୋଭାଯାତ୍ରା, ସମାଜ ସଚେତନ ପଥପ୍ରାନ୍ତ ନାଟକ ଆଦି ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଅଛି । କାର୍ଯ୍ୟକ୍ରମ ପରିଚାଳନ ପାଇଁ ଉଭୟ ସ୍ନାତକ ଓ ଉଚ୍ଚମାଧ୍ୟମିକ ସ୍ତରରେ ନୋଡାଲ ଅଫିସର ମାନ ନିଯୁକ୍ତି କରାଯାଇଛି। ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରୀୟ ଅଂଶଗ୍ରହଣ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ପାଇଁ ଯୁବ ପ୍ରତିଭା ଭିତରେ ବେଶ ଉତ୍ସାହ ଦେଖାଯାଇଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୧/୨୦୨୩----୮,୪୫ Sakhigopal News,23/11/2023