Breaking News

ସରକାରୀ ସହାୟତାରୁ ବଞ୍ଚିତ ସାବିତ୍ରୀ


 
 ନୟାଗଡ----   ଗ୍ରାମାଞ୍ଚଳରେ ବାସକରୁଥିବା ଜନ ସାଧାରଣ ଦୁଃଖ ଓ ଦୁର୍ଦ୍ଦିନରେ ଦିନ କାଟୁଥିଲେହେଁ କେହି ହେଲେ ଏମାନଙ୍କ ପ୍ରତି ସଦୟ ହେବାତ ଦୂରର କଥା ସହଯୋଗର ହାତ ମଧ୍ୟ ବଢ଼ାଉନଥିବା ଜଣା ପଡ଼ିଛି। ଖଣ୍ଡପଡ଼ା ବ୍ଲକ ଅଧୀନ ଗଡିଆସାହି ପଞ୍ଚାୟତର ସାଧୁଆପଲୀ ଗ୍ରାମର ବୃଦ୍ଧା ବିଧବା ମହିଳା ସାବିତ୍ରୀ ପ୍ରଧାନ।  ସରକାରୀ ସହାୟତା ସେମାନଙ୍କ ପାଇଁ ସାତ ସପନ  ହୋଇଥିବା ଜଣାପଡ଼ିଛି । ଗତ ୨ ବର୍ଷ ତଳେ ସାବିତ୍ରୀଙ୍କର ସ୍ବାମୀ କରୁଣା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କର ମୃତ୍ୟୁ ପରେ ପତ୍ନି ସାବିତ୍ରୀ ପୁରା ବେସାହାରା ହୋଇପଡିଛନ୍ତି । ସ୍ବର୍ଗତ କରୁଣା ବାର୍ଦ୍ଧକ୍ୟ ଭତ୍ତା ପ୍ରତି ମାସରେ ପାଉଥିଲେ । ସ୍ବାମୀଙ୍କର ମୃତ୍ୟୁ ପରେ ପତ୍ନୀ ସାବିତ୍ରୀ ପ୍ରତି ମାସରେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ।  ହରିଶ୍ଚନ୍ଦ୍ର ଯୋଜନା ମଧ୍ୟ ଆର୍ଥିକ ସହାୟତା ରାଶି ସେ ପାଇନଥିବା ଜଣା ପଡ଼ିଛି । ଖଣ୍ଡପଡ଼ା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ବିଧବା ବୃଦ୍ଧାଙ୍କ ପ୍ରତି ସଦୟ ହୋଇ ସହଯୋଗର ହାତ ବଢ଼ାଇବାକୁ ସାଧାରଣରେ ଦାବି ହୋଇଛି । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୩----୮,୩୦ Sakhigopal News,9/11/2023

Blog Archive

Popular Posts