ଶିଶୁ ଦିବସରେ ସତ୍ଯବାଦୀ ଉଚ୍ଚ ବିଦ୍ୟାଳୟ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ ---- ସତ୍ଯବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ସହିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚ୍ଚିବ ଅମିତ କୁମାର ବାରିକ ଯୋଗ ଦେଇ ଆଜି ଶିଶୁଙ୍କୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁ ମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ଥିବା ଆଇନ ଉପରେ ଉପସ୍ଥିତ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା ଶିବିର ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ଉପେନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା,ସିଟି ବିଦ୍ୟାଳୟ ର ଶିକ୍ଷକ ଯୁଧିଷ୍ଠିର ସାହୁ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ସମ୍ପର୍କରେ ପିଲାମାନଙ୍କୁ କହିଥିଲେ। ଜିଲ୍ଲା ଆଇନ ପ୍ରାଧିକରଣ ଅନୁଷ୍ଠାନ ପକ୍ଷରୁ ଶିଶୁ ସୁରକ୍ଷା ଉପରେ ଏକ ଚିତ୍ରାଙ୍କନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଦୀଲ୍ଲିପ ରଞ୍ଜନ ପରିଡା ପ୍ରଥମ, ଦୁତୀୟ ଜଗନ ଭୋଇ ଓ ତଉତଈୟ ସ୍ଥାନ ଅଧିକାର କରିଥିଲେ ବଳରାମ ବେହେରାଙ୍କୁ ପୁରସ୍କୃତ ଅତିଥି ମାନେ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ତପସ୍ବନୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୧/୨୦୨୩---୮,୪୫ Sakhigopal News,14/11/2023