Breaking News

ଟ୍ୟାଙ୍କର ଧକ୍କାରେ ଜଣଙ୍କର ମୃତ୍ୟୁ




ଭଞ୍ଜନଗର - ତାରାସିଙ୍ଗି ଥାନା ଅନ୍ତର୍ଗତ କୋକଳବା ଗାଁ ଛକ ନିକଟରେ ଏକ ଟ୍ୟାଙ୍କର ଧକ୍କାରେ ଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ସୋମବାର ଭୋର ସମୟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କୋକଳବା ଗ୍ରାମର ସୁବଳ ମୁଳି (୪୮) ବୋଲି ଜଣାପଡିଛି। ସୂଚନା ପ୍ରକାରେ ଭୋର ସମୟରେ ସୁବଳ ସ୍ନାନ - ସୌଚ ପାଇଁ ଯାଉଥିବା ବେଳେ ଦଶପଲ୍ଲା ରୁ ଭଞ୍ଜନଗର ଅଭିମୁଖେ ଏକ ଟ୍ୟାଙ୍କର ଦ୍ରୃତ ଗତିରେ ଯାଉଥିଲା । ଗାଡ଼ିଟି ରାସ୍ତାକଡ଼ରେ ଥିବା ଡ୍ରେନ୍ କୁ ଖସିଯିବାରୁ  ସେଠାରେ ଠିଆ ହୋଇଥିବା ସୁବଳକୁ ଧକ୍କା ଦେଇଥିଲା । ଏବଂ ଘଟଣା ସ୍ଥଳରେ ସୁବଳ ଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ତାରାସିଙ୍ଗି ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିଥିଲା । ଏହି ଦୁଘର୍ଟଣାକୁ ନେଇ ତାରସିଂ ଥାନାରେ ୪୦୦/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି  ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର କୁ ଜବତ କରି ତଦନ୍ତ ଚଳାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୧/୨୦୨୩---୯,୩୫ Sakhigopal News,20/11/2023

Popular Posts