Breaking News

ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ; ମାରାଥନ୍ ତଦନ୍ତ , ନିର୍ଯ୍ୟାସକୁ ଅପେକ୍ଷା



ଭଞ୍ଜନଗର - ମାତ୍ର ଗୋଟିଏ ଅଭିଯୋଗ ପରେ , ଚଳଚଞ୍ଚଳ ବନବିଭାଗ । ସତ ଖୋଜିବା କୁ ଘନଘନ ତଦନ୍ତ । ସ୍ଥାନୀୟ ରାଜସ୍ବ ବିଭାଗ ଏବଂ ବନବିଭାଗ କର୍ମଚାରୀଙ୍କ ଧାଁ- ଦୌଡ଼ ଲାଗିଛି । ବାସ୍ତବ ଘଟଣାକୁ  ଖୋଜା ଚାଲିଛି । ଅଭିଯୋଗକାରୀ ସମେତ ସ୍ଥାନୀୟ ଲୋକେ ଚାହିଁ ରହିଛନ୍ତି ପ୍ରକୃତ ସତ କଣ ?।  ସଂପୃକ୍ତ ବ୍ୟକ୍ତିଙ୍କ ଦଖଲରେ ଥିବା  ଜମି ସହ ପାଖରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରି ପ୍ଲଟିଂ କରାଯାଇଥିବା ନେଇ  ଉପର ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ପ୍ରକୃତପକ୍ଷେ ସଂରକ୍ଷିତ ଜଙ୍ଗଲ ଜମି ଜବର ଦଖଲ ହୋଇଛି କି' ନାହିଁ । ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ସୂଚନା ପ୍ରକାରେ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ , ମୁଜାଗଡ ବନାଞ୍ଚଳର କୁଲାଡ଼ ସେକ୍ସନ ଅନ୍ତର୍ଗତ କୁଲାଡ଼ ମା' ବାଗଦେବୀ ଏବଂ ପ୍ରଭୁ ଜଗନ୍ନାଥ ମନ୍ଦିର ପଛପଟେ ଥିବା ସ୍ଥାନରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।  ସଂପୃକ୍ତ ଅଞ୍ଚଳ ଭଂଜ- ରାଜବଂଶୀୟ ଜମି କୁ ଦଖଲରେ ଥିବା ସଂପୃକ୍ତ ବ୍ୟକ୍ତି ପ୍ଲଟିଂ କରିବା ଆରମ୍ଭ କରିଛନ୍ତି ।
ଏପରିକି ସେଠାରେ ଥିବା ମୂଲ୍ୟବାନ ଗଛ ଗୁଡ଼ିକୁ ମଧ୍ୟ କାଟିଛନ୍ତି । ଏସବୁ ଘଟଣା ପରେ କୁଲାଡ଼ ର ଶଙ୍କର ନାରାୟଣ ପାଣିଗ୍ରାହୀ ନାମକ ଜଣେ ଅବସରପ୍ରାପ୍ତ  କର୍ମଚାରୀ, ଗତ ୦୨-୧୦-୨୩ ରେ ଜଙ୍ଗଲ ବିଭାଗ ସେକ୍ରେଟାରୀ ଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ୧୬-୧୦-୨୩ ତାରିଖ ରେ ଚିଠି ନଂ - ୨୧୭୮୩ ପ୍ରକାରେ , ଘଟଣାର ତଦନ୍ତ କରିବାକୁ ପିସିସିଏଫ୍ ଙ୍କ ନିକଟକୁ ନିର୍ଦ୍ଦେଶନାମା ଆସିଥିଲା । ଏହାସହ ବ୍ରହ୍ମପୁର ଆରସିସିଏଫ୍ ଏବଂ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଙ୍କ ନିକଟକୁ ମଧ୍ୟ ନିର୍ଦ୍ଦେଶନାମା କପି ଆସିଥିଲା । ଏହାପରେ ଆରସିସିଏଫ୍ ଏବଂ ଉତ୍ତର ଘୁମୁସର ଡିଏଫଓ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ଏବଂ ରାଜସ୍ବ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ତଦନ୍ତ ସମୟରେ ଅଭିଯୋଗକାରୀ ଶ୍ରୀ ପାଣିଗ୍ରାହୀ ଙ୍କୁ ମଧ୍ୟ ପଚରାଉଚରା କରିଥିଲେ ତଦନ୍ତ ଅଧିକାରୀ ମାନେ । ତେବେ ତଦନ୍ତ ର ନିର୍ଯ୍ୟାସକୁ ନେଇ ଅସହମତି ରହିଥିବା ପ୍ରକାଶ କରିଛନ୍ତି , ଅଭିଯୋଗକାରୀ । ଅନ୍ୟପକ୍ଷରେ ବନଖଣ୍ଡିୟ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ଯଦି ସଂରକ୍ଷିତ ଜଙ୍ଗଲ ଜମି ଜବରଦଖଲ ହୋଇଥାଏ  ତେବେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
ଏବେ ସାଧାରଣରେ ପ୍ରଶ୍ନ ଉଠିଛି  ହୋଇଥିବା ଅଭିଯୋଗର  ସତ କେତେ , ମିଛ କେତେ । ଯଦି ଅଭିଯୋଗ ମିଥ୍ୟା ହୁଏ , ତା' ହେଲେ ବନବିଭାଗ ଏବଂ ରାଜସ୍ବ ବିଭାଗକୁ ଏକପ୍ରକାର ବିଭ୍ରାନ୍ତିକର କରାଯାଉଛି । ଆଉ ଯଦି ଅଭିଯୋଗ ସତ ହୁଏ  , ତା'ହେଲେ ଏଥିରେ ବଡଧରଣର ଘୋଟାଲା ହୋଇଆ ଥିବ ନିଶ୍ଚୟ । ଏହି  ଘୋଟାଲା ପଛରେ ଜଣକର ହାତ ରହିଛି , ନା' ଏହା ପଛରେ ବଡଧରଣର ରାକେଟ , କାମ କରୁଛି ।  ବୁଦ୍ଧିଜୀବୀ ମାନେ ଏବେ ଆଲୋଚନା କରୁଛନ୍ତି ନିରପେକ୍ଷ ତଦନ୍ତ ହେଲେ , "କ୍ଷୀର" ଆଉ "ପାଣି" ସ୍ପଷ୍ଟ ହୋଇଯିବ । ଏକଥା ବି ସାଧାରଣରେ ପ୍ରଶ୍ନ ଉଠିଛି ଏଭଳି ଏକ ସମ୍ବେଦନଶୀଳ ଘଟଣାର  ନିରପେକ୍ଷ ତଦନ୍ତ ହେବତ  ? ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୧/୨୦୨୩---୯,୪୫ Sakhigopal News,8/11/2023

Blog Archive

Popular Posts