Breaking News

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଠିକାଦାର ବକେୟା ପ୍ରାପ୍ୟ ପାଇବା ପାଇଁ ଦୌଡୁଛନ୍ତି ଅଫିସିକୁ,ମିଳୁନାହିଁ ବକେୟା ପ୍ରାପ୍ୟ


ନୟାଗଡ --- ନୟାଗଡ ଜିଲ୍ଲାଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ୭୦ ଲକ୍ଷ ଟଙ୍କାର କାର୍ଯ୍ୟକରି ପ୍ରାପ୍ୟରୁ ବଞ୍ଚିତ।  ଶେଷରେ ହତାଶ ହୋଇ ରାଜ୍ୟ ଦୃ୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ଠିକାଦାର । ସୂଚନା ଅନୁଯାୟୀ ଫତେଗଡ ଥାନା ବାହାଡ଼ା ଗ୍ରାମର ଠିକାଦାର ରବୀନ୍ଦ୍ର କୁମାର ବେହେରା ୨୦୧୪/୧୫ଆର୍ଥିକ ବର୍ଷରେ ଭାପୁର ବ୍ଲକର ବିଜିପୁର, ଫତେଗଡ, ବାଇଗୁଣିଆ, ଓ ଖଣ୍ଡପଡ଼ା, ବ୍ଲକର ୩୦ରୁ ଅଧିକ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ପାଇପି ବିଛାଇ ଥିଲେ।ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଯନ୍ତ୍ରୀ ମାନେ କାର୍ଯ୍ୟର ତଦାରଖ କରିବା ସହିତ ଠିକାଦାର ରବୀନ୍ଦ୍ରଙ୍କୁ ପ୍ରଥମ କିସ୍ତିରେ ୩୩ଲକ୍ଷ୧୦ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ତେବେ ଅବଶିଷ୍ଟ ୩୬ଲକ୍ଷ ଟଙ୍କା ପାଇବାକୁ ରବୀନ୍ଦ୍ର ବାରମ୍ବାର ବିଭାଗ୍ୟୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ଦୌଡିଥିଲେ।ବାକିଆ ଟଙ୍କା ନମିଳିବାରୁ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ, ଏସପିଙ୍କ ନିକଟରେ ମଧ୍ୟ ରବିନ୍ଦ୍ର ଆବେଦନ କରିଥିଲେ। ଶେଷରେ ସେ ବାଧ୍ୟ ହୋଇ ଗତ ସେପ୍ଟେମ୍ବର ୨୫ ତାରିଖରେ ଦୁର୍ନୀତି ନିବାରଣ ବିଭାଗର ଦ୍ଵାରସ୍ତ ହୋଇଥିଲେ । ଦୁର୍ନୀତି ନିବାରଣ ବିଭାଗ ଏହି ଘଟଣାର ଖୋଳତାଡ ଆରମ୍ଭ କରିବା କଥା ଜାଣିପାରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଠିକାଦାର ରବୀନ୍ଦ୍ର ଙ୍କୁ ଡାକି ସମାଧାନର ସୂତ୍ର ବାହାର କରିବାକୁ ସୂଚନା ଦେଇଥିବା ରବୀନ୍ଦ୍ର କହିଛନ୍ତି।ତେବେ ଅଦ୍ୟାବଧି କୌଣସି ସମାଧାନ ସୂତ୍ର ବାହାରି ପାରି ନଥିବା ବେଳେ ରବୀନ୍ଦ୍ର ମଧ୍ୟ ତାଙ୍କର ବକେୟା ପ୍ରାପ୍ୟ ପାଇ ପାରୁ ନାହାଁନ୍ତି। ରବୀନ୍ଦ୍ର ବହୁ ହାତ ଉଧାରୀ କରି ବିଭାଗର ପାଇପି ଲାଇନ କାମ କରି ପ୍ରାପ୍ୟ ନ ପାଇ ଥିବା ଯୋଗୁ ସେ ହାତ ଉଧାରୀ କରି ଆଣି ଥିବା ଟଙ୍କା ଲୋକଙ୍କୁ ସୁଝି ନ ପାରି ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। କିନ୍ତୁ ଧାର କରଜ ଦେଇଥିବା ଲୋକମାନେ ରବୀନ୍ଦ୍ରଙ୍କୁ ଖୋଜୁଛନ୍ତି ତାଙ୍କର ଟଙ୍କା ପାଇବା ପାଇଁ। ହେଲେ ଅନ୍ୟପକ୍ଷେ ଦେଖିବାକୁ ଗଲେ ବିଭାଗୀୟ ଅଧିକାରୀ ରବୀନ୍ଦ୍ର ଙ୍କପ୍ରାପ୍ୟ ଦେବେ କଣ ତାଙ୍କୁ ନାଲି ଆଖି ଦେଖାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।ରବୀନ୍ଦ୍ର କହିଛନ୍ତି ଯଦି ମୋ ପ୍ରାପ୍ୟ ନ ପାଇବି ତାହେଲେ ମୁଁ ଲୋକଙ୍କ ଠାରୁ ଆଣିଥିବା ଟଙ୍କା ସୁଝିବି କେମିତି।ମୁଁ ବଞ୍ଚିଲେ ସିନା ମୋତେ ଟଙ୍କା ମାଗିବେ ଲୋକ।ଏଣୁ ମୋର୍ ଯାହା ଅସୁବିଧା ହୁଏ ସେଥିପାଇଁ ବିଭାଗ ଦାୟୀ ରହିବେ ବୋଲି ରବିନ୍ଦ୍ର କହିଛନ୍ତି।ଘଟଣା ସମ୍ପର୍କରେ ଆମ ପ୍ରତିନିଧି ବିଭାଗୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନୟାଗଡ ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ ଅଧିକାରୀ। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୧୧/୨୦୨୩---୮,୪୫ Sakhigopal News,15/11/2023

Blog Archive

Popular Posts