ମୁଜାଗଡ - ଉଲିଙ୍ଗିଆ ରାସ୍ତା ରେ ମାଓ ବ୍ୟାନର ଲାଗିଛି
ଭଞ୍ଜନଗର---- - ସିପିଆଇ ମାଓବାଦୀଙ୍କ ନାମ ଉଲ୍ଲେଖ ଥାଇ ରାସ୍ତା କଡ଼ରେ ଲାଗିଥିବା ବ୍ୟାନର କୁ ଜବତ କରିଛି ଭଞ୍ଜନଗର ଥାନା ପୋଲିସ । ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟ ଭାଲିଙ୍କିଆ-ଉଲିଙ୍ଗିଆ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୁର୍ଗାପ୍ରସାଦ ଠାରୁ ଉଲିଙ୍ଗିଆ ରାସ୍ତା ପ୍ରଶସ୍ତିକରଣ ହେବାକୁ ଥିବାବେଳେ ଉକ୍ତ କାର୍ଯ୍ୟକୁ ବିରୋଧ କରିବା ସହ , କଥାବାର୍ତ୍ତା ହୋଇ ସାଲିସ୍ କରିବାକୁ, ଉକ୍ତ ବ୍ୟାନର୍ ରେ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି , ବ୍ୟାନର କୁ ଜବତ କରିଛି । ତେବେ ଆସନ୍ତା ଦିନରେ ଉକ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଅନୁଧ୍ୟାନ ଚାଲିଛି । ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଭଳି ପରିସ୍ଥିତିରେ ବ୍ୟାନର ଲାଗିବାକୁ ନେଇ ପୋଲିସ ପକ୍ଷରୁ ଗୁରୁତ୍ବର ସହ ଅନୁସନ୍ଧାନ ଜାରି ରହିଛି । ତେବ ଏହା କୌଣସି ଅସାମାଜିକ ଲୋକର କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଥିବା ଭଞ୍ଜନଗର ଥାନାଧିକାରୀ ଭଗବାନ ପୂଜାରୀ ଙ୍କ ଠାରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୩---୫,୨୦ Sakhigopal News,13/11/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୩---୫,୨୦ Sakhigopal News,13/11/2023