Breaking News

ଜେସିପି ଚଢାଇ ଅସହାୟ ମହିଳାଙ୍କ ଘର ଭାଙ୍ଗିଲେ ଦୁର୍ବୃତ୍ତ , ଜେସିବି ଡ୍ରାଇଭର ଗିରଫ ; ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି



ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ଜଣେ ଅସହାୟ ମହିଳା ଆଜବେଷ୍ଟସ୍ ଘର ନିର୍ମାଣ କରି ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିଲେ । ତାଙ୍କ ନାମ ସଲମା ଖାନ୍ (୫୦) ନାମକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଧବା ମହିଳାଙ୍କ ଘରକୁ ବୁଧବାର ରାତି ଅଧରେ ଅଚାନକ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ଓ ମହିଳାମାନେ ଜେସିପି ସହାୟତାରେ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି l ମହିଳା ଜଣଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିବାରୁ ଅଭିଯୁକ୍ତ ମାନେ ସାଙ୍ଗରେ ନେଇଥିବା ମାରଣାସ୍ତ୍ର ଦେଖାଇ ତାଙ୍କୁ ହତ୍ୟା କରିବାପାଇଁ ଧମକାଇଥିଲେ l ଏ ନେଇ ପିଡିତା ମହିଳା ପୁଲିସକୁ ଫୋନ ଯୋଗେ ଅବଗତ କଲାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିପିକୁ ନିଜ ଅକ୍ତିଆରକୁ ନେବା ସହିତ ସେଠାରେ ଉପସ୍ଥିତ ମହିଳା ଗୋଷ୍ଠୀ ଓ ଜେସିପି ଡ୍ରାଇଭରକୁ ଥାନାକୁ ନେଇଥିବାବେଳେ ଗୁଣ୍ଡାଗିରି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ରମେଶ ବେହେରା ଓ ଅନ୍ୟ ଯୁବକମାନେ ଦୌଡ଼ି ପଳାଇଥିଲେ l ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ କରିବା ସହିତ ସ୍ଥାନୀୟ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ନିକଟରେ ରହି ଜେସିପି ଚଳାଉଥିବା ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ଶୀତୁନ ବିଶ୍ଵାଳ (୨୮)ଙ୍କୁ ଗୁରୁବାର ଗିରଫ କରି କେଶ୍ ନମ୍ବର ୪୦୦/୨୩ ଆଧାରରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l ସୂଚନାଯୋଗ୍ୟ ଯେ ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ରମେଶ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମାକୁ  ନେଇ ବିବାଦ ଲାଗି ରହିଥିଲା । ଅଭିଯୋଗକାରିଣୀ ତାଙ୍କର ପ୍ଲଟରେ ଗୋଟିଏ ଟିଣ ଛାତ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ବେଳେ ନିର୍ମାଣ ସାମଗ୍ରୀ ରମେଶଙ୍କ ପ୍ଲଟ ଦେଇ ନେଉଥିଲେ । ଏନେଇ ରମେଶ ଅଭିଯୋଗକରିଣୀଙ୍କୁ ସମ୍ପୂର୍ଣ୍ଣ ବିରୋଧ କରୁଥିବାରୁ ଦିନକୁ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ବଢି ଚାଲିଥିଲା l ଅପରପକ୍ଷେ ଲେଡିଡନ୍ ସାଜି ବିଭିନ୍ନ ସମୟରେ ଜନସାଧାରଣଙ୍କୁ ଭୟଭୀତ କରି ରଖାଇଥିବା ଉକ୍ତ ମହିଳା ଗୋଷ୍ଠୀ, ପୁଲିସ ଅଭିଯୋଗ ତଦନ୍ତ ପତ୍ରରେ ଉଲ୍ଲେଖ କରିଥିବା ୧୫ ରୁ ୨୦ ଜଣ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମହିଳା ଜଣଙ୍କ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।
ତେବେ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୧୧/୨୦୨୩----୮,୧୦ Sakhigopal News,23/11/2023

Blog Archive

Popular Posts