ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଓ ମା ରାଧାଙ୍କ ପାଦ ଦର୍ଶନ ପାଇଁ ୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ
ସାକ୍ଷୀଗୋପାଳ,---- ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ,ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ବ୍ଳକ ପ୍ରଶାସନର ନିସ୍ପତି ଠାରୁ ସାକ୍ଷୀଗୋପିନାଥ ସେବାୟତ ସଂଘ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ପରିଲକ୍ଷିତ କରି ଏକ ଘଣ୍ଟା ଆଗରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ମିଳିଥିଲା । ସୋମବାର ମଧ୍ୟ ରାତ୍ରରୁ ମଙ୍ଗଳବାର ଦଶଟା ପର୍ଯ୍ୟନ୍ତ ସାକ୍ଷୀଗୋପାଳରେ ଝିପି ଝିପି ବର୍ଷା ଲାଗିରହିଥିଲା । ଶ୍ରଦ୍ଧାଳୁ ମାନେ ଝିପିଝିପି ବର୍ଷାକୁ ଖାତିରିନ କରି ସାକ୍ଷୀଗୋପିନାଥ ଓ ମା ରାଧାଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଲାଇନିରେ ଓଦା ହୋଇ ଦର୍ଶନ କରିଥିଲେ । ପୁରୀ ଜିଲ୍ଲାର ଦୁତୀୟ ଗଣ ପର୍ବ ଭାବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ବେଶ ଜଣାଶୁଣା । ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାରାଣିଙ୍କର ଓଡିଆଣୀ ବେଶ ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ମଙ୍ଗଳବାର ଦିନ ସେବାୟତ ମାନେ ଭଣ୍ଡାରମେକାପଙ୍କ ଠାରୁ ସୁନା ଅଳଙ୍କାର ଗ୍ରହଣ କରି ପ୍ରଭୁ ଶ୍ରୀକୃ୍ଷ୍ଣ ଓ ମା ରାଧାଙ୍କୁ ଓଡିଆଣିରେ ବେଶରେ ସଜାଇଛନ୍ତି । ଏହି ବେଶ ବର୍ଷକୁ ଥରେ ଦେଖିବାର ସୁଯୋଗ କିଳିଥାଏ । ଏହି ବେଶରେ ଶ୍ରୀରାଧାଙ୍କୁ ପାଟଶାଢୀ କାଣିଆକଛା ମାରିଥିବା ବେଳେ ମସ୍ତକରେ ବିଭିନ୍ନ ସୁନା ଅଳଙ୍କାର ପ୍ରଭୁ ଶ୍ରୀକୃଷ୍ଣ ହାତରେ ସ୍ୱର୍ଣ୍ଣର ବଂଶୀ ବେଶ ମନମଗ୍ଧକର ବେଶ ମାତ୍ର ବଷକୁ ଥରେ ଏହି ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ । ସେହିପରି ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷ ମୂଳରେ ଜଗଦ୍ଧାତ୍ରୀ ପୂଜା କରିବା ସହ ମହିଳା ମାନେ ଶଙ୍ଖା, ସୁନ୍ଦିୁର, ହଳଦୀ, ବସ୍ତ୍ର, ଫୁଲ, ଚନ୍ଦନ, ଲାଗି କରିବା ସହ ଦୀପ ଓ ପଞ୍ଚମୁରୁଜ ପକାଇ ହୁଳହୁଳି ଦେଇ ପୂଜା କରିଥିଲେ । ଠାକୁରଙ୍କୁ ଅଁଳାକୋଳି ସହିତ ତୁଳସି, ଅଁଳାପତ୍ର ସହିତ ଫୁଲମାଳ ଦେଇ ମାଙ୍କର କରୁଣା ଲାଭ କରିବା ପାଇଁ ପୂଜା କରିଥିଲେ । ଅନ୍ୟ ପକ୍ଷେ ହବିଷାଳି ସାକ୍ଷୀଗୋପିନାଥଙ୍କୁ ଦର୍ଶନ ସାରି ପାଖରେ ଥିବା ସିଦ୍ଧବଳରାମଙ୍କୁ ଦର୍ଶନ କରି ସେଠାରେ ହବିଷାନ୍ନ ରାନ୍ଦି ପ୍ରସାଦ ପାଇଥାନ୍ତି । ସଂଧ୍ୟାରେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବକୁଳବନ ପଡିଆରେ ଶ୍ରୀରାଧା ମହୋତ୍ସବ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ବିଭାଗର ଅଧିକାରୀଙ୍କ ସହିତ ସତ୍ୟବାଦୀ ତହସିଲଦାର, ବିଡିଓ ପ୍ରମୁଖ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପଡିଆରେ ପଡିଥିବା ବିଭିନ୍ନ ଷ୍ଟଲ ଗୁଡିକରେ ଲୋକଙ୍କର ଗହଳି ଚହଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ବିଭିନ୍ନ ରାଜନୈତିକ ନେତାଙ୍କ ଠାରୁ ଦେବତ୍ତର ବିଭାଗର ଅତିରିକ୍ତ କମିଶନର ଗଗନ ସାହୁଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଠାକୁରଙ୍କୁ ଦର୍ଶନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୧/୨୦୨୩---୭,୧୦ Sakhigopal News, 21/11/2023