ଭଞ୍ଜନଗର ବ୍ଲକ ରେ ଶିକ୍ଷଣ ପେଟିକା ଟାବଲେଟ ବଣ୍ଟନ
ଭଞ୍ଜନଗର :-ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓସେପl, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତତ୍ଵାବଧାନରେ ଭଞ୍ଜନଗର ବ୍ଲକ ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ର 382 ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଶିକ୍ଷଣ ପେଟିକା ଟାବଲେଟ ବଣ୍ଟନ କରାଯାଇଛି । ଛାତ୍ରଛାତ୍ରୀ ଙ୍କ ମୌଳିକ ସାକ୍ଷର ଭାଷା ଓ ଗଣିତ ଜ୍ଞାନର(FLN ) ଶିକ୍ଷଣୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣର ଆବଶ୍ୟକତାକୁ ଅନୁଭବ କରାଯାଇଛି । ଗୋଷ୍ଠୀ ଶିକ୍ଷାଧିକlରୀ ଙ୍କ କାର୍ଯ୍ୟାଳୟ ଠାରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଶିକ୍ଷଣ ପେଟିକା ବଣ୍ଟନ କରିଛନ୍ତି l କାର୍ଯାଳୟର ସହାୟକ ସୁଶୀଲ କୁମାର ସାହୁଙ୍କ ସହଯୋଗରେ ବ୍ଲକର 382 ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ପ୍ରଦାନ କରାଯାଇଛି l କାର୍ଯ୍ୟକ୍ରମ କୁ ବ୍ଲକ ର ସମସ୍ତ ସି. ଆର. ସି. ସି., କାର୍ଯାଳୟ ର କର୍ମଚାରୀ ଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଇଥିବା ଯୋଗୁଁ ସମସ୍ତଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଧନ୍ୟବାଦ ପ୍ରଦାନ କରିଛନ୍ତି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୩---୮,୪୫ Sakhigopal News,18/11/2023