Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଉତ୍ସବ ପାଳିତ



ଭଞ୍ଜନଗର -  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ  ଉଚ୍ଚ ବିଦ୍ୟାଳୟ,ରେ ଶିଶୁ ଦିବସ ଉତ୍ସବ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ଏହି ଉତ୍ସବରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ ସଭାପତିତ୍ବ କରି  ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରୀ  ମାନଙ୍କ  ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ  ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନ ଆଦର୍ଶ ଆଲୋଚନା କରାଯାଇଥିଲା ।  ପରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ  ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଗୁରୁ ଛାତ୍ର ଏବଂ ଉକ୍ତ ମହାବିଦ୍ୟାଳୟ ର ଶିକ୍ଷକ ଶ୍ରୀ ରେଡ୍ଡୀ, ଶ୍ରୀ ନାୟକଙ୍କ ଦ୍ଵାରା ମହାପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ ପୂର୍ବରୁ କରାଯାଇଥିବା ସମସ୍ତ ଶୈକ୍ଷିକ ପ୍ରତିଯୋଗିତା ମlନ କରାଯାଇଥିଲା ।  କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିଶୁ ହସିଲେ ଦୁନିଆ ହସେ , ଏଣୁ ଶିଶୁ ମାନେ ଦେଶର ଭବିଷ୍ୟତ ବୋଲି ପ୍ରଧାନ ଶିକ୍ଷକ ଉକ୍ତି ରଖିଥିଲେ I କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଗୁରୁ ଛାତ୍ର ଗଣ , ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ଓ ଶ୍ୟାମ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୧/୨୦୨୩----୭,୧୦ Sakhigopal News,14/11/2023

Blog Archive

Popular Posts