ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ମଙ୍ଗଳୁ ପ୍ରଧାନ ଙ୍କ ୫୪ ତମ ତିରୋଧାନ ଦିବସ ପାଳିତ
ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ମଙ୍ଗଳୁ ପ୍ରଧାନ ଙ୍କ ୫୪ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ରେମଣ୍ଡା ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଏନସିସି ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ,ସମ୍ବଳ କୋଠଚାଷ ର ସମସ୍ତ ସଭ୍ଯ,ସଭ୍ୟା ମାନେ ଓ ଗ୍ରାମବାସୀ ମାନେ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ କର୍ମବୀର ମଙ୍ଗଳୁ ପ୍ରଧାନ ଅମର ରହେ ନାରା ଦେଇ ରେମଣ୍ଡା ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ରେମଣ୍ଡା ରେ ଥିବା ସମସ୍ତ ପ୍ରତିମୂର୍ତ୍ତି ଓ ସମାଧିସ୍ଥଳ ମାନଙ୍କରେ ପୁଷ୍ପମାଲ୍ଯ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ରେମଣ୍ଡା ଗ୍ରାମ ପରିକ୍ରମା କରିବା ପରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁପମା ପଣ୍ଡା। ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।ପ୍ରଥମେ ଅତିଥି ମାନେ ସ୍ଵାଧୀନତା ସଂଗ୍ରାମୀ ମଙ୍ଗଳୁ ପ୍ରଧାନ ଙ୍କ ପ୍ରତିଛବି ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଏହି ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ତେନ୍ତୁଲିଟିକରା ର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେଶୱାଲ, ସ୍ଵତନ୍ତ୍ର ବକ୍ତା ଭାବେ ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଝସକେତନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ସମ୍ବଳ କୋଠଚାଷ ର ସଭାପତି କୀର୍ତ୍ତନ ପଟେଲ, ପୂର୍ବତନ ରାଜ୍ୟସ୍ତରୀୟ ବିଦ୍ୟାଳୟର ଫୁଟବଲ ଖେଳାଳି ଗୋପାଳ ସେଠ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ରାସେଶ୍ୱରୀ ଭୋଇ ଯୋଗ ଦେଇଥିଲେ।ଏହାପରେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ, ଅଂଗବସ୍ତ୍ର ଓ ନାରୀକେଳଦେଇ ସମ୍ମାନିତ କରାଯାଇଥିଲା। ସଭା ରେ ବିଦ୍ୟାଳୟ ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଅତିଥି ମାନେ ପ୍ରଦାନ କରିଥିଲେ। ଏକ ନିଆରା ଢଙ୍ଗରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । କର୍ମବୀର ସ୍ଵାଧୀନତା ସଂଗ୍ରାମୀ ମଙ୍ଗଳୁ ପ୍ରଧାନ ନାମରେ ଛାତ୍ରୀ ମାନଙ୍କ ଦ୍ବାରା ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ଏହା କୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଳୟର ଛବିଳ ପ୍ରଧାନ। ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୬/୧୧/୨୦୨୩---୯,୪୫ Sakhigopal News,26/11/2023