ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର -- ତାରସିଂ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବନାଞ୍ଚଳ ଅଧିକାରୀ କୃତିବାସ କୁମାର କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ସହକାରୀ ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ର ଯୋଗଦେଇ ଥିବାବେଳେ ୧୨ ଟି ବନ ସୁରକ୍ଷା ସମିତିର ୬୦ ଜଣ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ସଚେତନ ସଭାରେ ଉପସ୍ଥିତ ରହିଥିବା ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ହାତୀ ସୁରକ୍ଷା ନେଇ ପ୍ରତିକ୍ରିୟା ରଖିଥିଲେ । ଏହା ସହ ହାତୀ ଙ୍କ ଗତିବିଧି ଉପରେ ନଜର ରଖିବା ସହ ବର୍ତ୍ତମାନ ସମୟରେ ହାତୀ ଯୋଗୁଁ ଧାନ ଫସଲ କ୍ଷତି ହେଉଥିବା ବେଳେ , ଗାଁ ମୁହାଁ ହେଉଥିବା ହାତୀପଲ ଠାରୁ ସଜାଗ ରହିବା ପାଇ ବନ ସୁରକ୍ଷା ସମିତିର କର୍ମକର୍ତ୍ତାକୁ ସଚେତନ କରିଥିଲେ ।