Breaking News

କେ ଏସ୍ ୟୁ ବି କଲେଜରେ ଏନ୍ ସି ସି ଦିବସ ପାଳିତ


 ଭଞ୍ଜନଗର, - ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ ସି ସି) ଦିବସ ପାଳିତ ହୋଇଯାଇଛି। ଏନ୍ ସି ସି ଆର୍ମି ୱିଙ୍ଗ ଏବଂ ନାଭାଲ୍ ୱିଙ୍ଗ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।   ଏନ୍ ସି ସି ଦିବସର ମହତ୍ତ୍ଵ ଏବଂ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଭୂମିକା ସମ୍ପର୍କରେ ବିଡିଓ ଶ୍ରୀ ମହାପାତ୍ର କହିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ଆରତିବାଳା ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀ କର୍ନେଲ ମହେନ୍ଦ୍ର କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ କହିଥିଲେ। ଛାତ୍ରୀ  ଜୟସ୍ୱୀନି ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଛାତ୍ର ରଞ୍ଜନ କୁମାର ମହାନ୍ତି, ସତ୍ୟ ପ୍ରକାଶ ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏନ୍ ସି ସି ନାଭାଲ ଅଫିସର ଡଃ ରବିନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।  ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।  ସକାଳେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏନ୍ ସି ସି ପତାକା କୁ ଉତୋଳନ କରିବା ସହ ଅନୁଷ୍ଠିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ଏନ୍ ସି ସି ଆର୍ମି ଅଫିସର ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଅଧ୍ୟାପକ ସନାତନ ବେହେରା, ଦୁର୍ଗାପ୍ରସାଦ ସାହୁ, ବାବୁଲା ପ୍ରଧାନ, ଡିଇଓ ଅଜିତ କୁମାର ସାହୁ, କର୍ମଚାରୀ ସୁଧୀର ବିଶୋଇ, କାଳି ତ୍ରିପାଠୀ, ପ୍ରସନ୍ନ ପ୍ରଧାନ, ପି ରମେଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପରୋକ୍ଷ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୧/୨୦୨୩----୯,୨୦ Sakhigopal News,26/11/2023

Blog Archive

Popular Posts