Breaking News

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ



ଭଞ୍ଜନଗର :- ତୁଳସୀପଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମାସିକ ବୈଠକ ସି. ଆର. ସି. ସି. ଅନୁପମା ସାହୁଙ୍କ ଆବାହକ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ  ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଯୋଗ ଦେଇ  ସlକ୍ଷର ଭାଷା ଓ ଗଣିତ ଜ୍ଞାନ ଉପରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ କିଭଳି ଶିକ୍ଷା ଦିଆ ଯାଇ ପ୍ରାଥମିକ ସ୍ତରରୁ ମୂଳଦୁଆକୁ ସୁଦୃଢ କରାଯିବ ତା ଉପରେ ବୁଝାଇଥିଲେ l ଅକ୍ଷରଶିକ୍ଷା ଠୁ ଆରମ୍ଭ କରି ଶବ୍ଦ ଓ ବାକ୍ୟ ଉପରେ ଅତି ସରଳ ଓ ସୁନ୍ଦର ଭାବେ ପିଲାଙ୍କୁ ବୁଝାଇବା ଉପରେ କହିଥିଲେ l ପ୍ରଧାନଶିକ୍ଷକ, ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦିଲ୍ଲୀପ ସ୍ୱାଇଁ ଯୋଗ ଦେଇ ଏହାର ଆବଶ୍ୟକତା ଉପରେ କହିଥିଲେ l ମାସିକ ବୈଠକରେ 13 ଟି ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୩----୯,୧୦ Sakhigopal News,18/11/2023

Popular Posts