ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏନସିସି ଦିବସ ପାଳିତ
ସାକ୍ଷୀଗୋପାଳ--- ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏନସିସି ଦିବସ ପାଳିତ ହୋଇଯାିଇଛି । ଏହି ଅବସରରେ ଏନସିସି କ୍ୟାଡରର ଛାତ୍ର ମାନେ ବିଦ୍ୟାଳୟ ପରିସର ସଫେଇ କରିଥିଲେ । ଅତିଥି ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓଏନସିସିର ଅଫସର ତଥା ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଦୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପର୍ଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏନସିି ପତାକା ଉତ୍ତୋଳନ କରିଥିଲେ । ଅତିଥି ମାନେ ପିଲାମାନଙ୍କୁ ଏନସିସି ଦିବସର ତାପର୍ଯ୍ୟ ଓ ଏନସିସି ନେଇଥିବା ପିଲାମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ୪୦ଜଣ ପିଲାଙ୍କୁ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରମାଣପତ୍ର ଅତିଥି ମାନେ ପ୍ରଦାନ କରିଥିଲେ । ଶେଷରେ ଏନସିସି ଅଫିସର ସୁଚିତ୍ର ଖଟେଇ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୩---୭,୧୦ Sakhigopal News, 26/11/2023