Breaking News

ରେମଣ୍ଡା ପଞ୍ଚାୟତର ଭୋଇପାଲି କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ପଞ୍ଚାୟତର ଭୋଇପାଲି କଲ୍ୟାଣ ମଣ୍ଡପ ଠାରେ ଅମରଦାସ କ୍ଲବ, ଭୋଇପାଲି, ଲାୟନ୍ସ କ୍ଲବ, ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମୀୟ କୁମାର ମେହେର, ଲାୟନ୍ସ ଶିଶିର କୁମାର ଭୋଇ, ଲାୟନ୍ସ କୁଶ ପ୍ରଧାନ ଓ ଲାୟନ୍ସ ଶଂକର ଅଗ୍ରୱାଲ ତତ୍ବାବଧାନରେ ଅନୁଷ୍ଠିିତ ହୋଇଥିଲା। ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ୩ ଜଣ ମହିଳା ସୁନୀତା ଭୋଇ, ଯଜ୍ଞସେନୀ ସାହୁ ଓ ମଞ୍ଜରୀ ତ୍ରିପାଠୀଙ୍କ ସହ ମୋଟ ୨୬ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବରଗଡ ରକ୍ତ ଭଣ୍ଡାରର ସବିତା ନାୟକ, ସରୋଜ କୁମାର ସୁନା, ମହେନ୍ଦ୍ର ମେହେର, ଆବିଦ ଖାନ ଓ କୃଷ୍ନ ଚନ୍ଦ୍ର ସାହୁ ପ୍ରମୁଖ ରକ୍ତ ସଂଗୃହିତ କରିଥିଲେ। ସହଯୋଗ କରିଥିଲେ ଭୋଇପାଲି ବାବା ଅମର ଦାସ କ୍ଲବର ମିନକେତନ ଭୋଇ, ଶ୍ଯାମ ମେହେର, ପ୍ରୀତେଶ ଭୋଇ, ପରେଶ ଭୋଇ, ହେମନ୍ତ ସାହୁ, ଦିପକ ଭୋଇ ଏହା ସହିତ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ । ପରିଶେଷରେ ସୁନୀଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୧/୨୦୨୩----୭,୨୦ Sakhigopal News,14/11/2023

Blog Archive

Popular Posts