Breaking News

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୁ ଉଦଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ



ଭଞ୍ଜନଗର -ଭଞ୍ଜନଗର ସ୍ଥିତ କବିସମ୍ରାଟ ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳାରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ , ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହିଭଳି ମେଳା ଆୟୋଜନ ଦ୍ବାରା  ପାରମ୍ପରିକ କୃଷି ପଦ୍ଧତି ବଦଳରେ ଉନ୍ନତ ଶୈଳୀରେ ଚାଷ କାର୍ଯ୍ୟ  ପରିଚାଳିତ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଯାହାକି ଚାଷ ଉପରୁ ମୁହଁ ଫେରାଇ ନେଉଥିବା ଚାଷୀ ମାନେ ପୁଣି କୃଷିକାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ବିଶେଷକରି ଉନ୍ନତ ଏବଂ ଅତ୍ୟାଧୁନିକ ଶୈଳୀ ଏବଂ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କାର୍ଯ୍ୟକୁ ଅଧିକ ସହଜ ଭାବରେ ଚାଷୀମାନେ କରିପାରିବେ । ଏଥିପାଇଁ  ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ।
।  ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଏଭଳି ପରିକଳ୍ପନା ଦ୍ବାରା , କୃଷି ଓ କୃଷକଙ୍କ ଆହୁରି ଅଧିକ ବିକାଶ ହୋଇପାରିବ  । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ - ସୁଧାଂଶୁ କୁମାର ନନ୍ଦ , ସହକାରୀ ନିର୍ବାହୀ ଯନ୍ତ୍ରୀ - ଶଙ୍କର୍ଷଣ ମଲ୍ଲିକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ - ସୁବ୍ରତ କୁମାର ସାହୁ ଙ୍କ ସମେତ କୃଷି ବିଭାଗର ବିଭିନ୍ନ ପଦାଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୩----୨,୩୦ Sakhigopal News,18/11/2023

Blog Archive

Popular Posts