ବାଣ ବଳୟ ଭିତରେ ଜଟଣୀ ସହର; ଦୀପାବଳିକୁ ଆଖି ଆଗରେ ରଖି ସହରରେ ଖୋଲିଛି ଶହେରୁ ଉର୍ଦ୍ଧ୍ବ ଦୋକାନ
ଜଟଣୀ --ଆଉ କେତୋଟି ଦିନ ପରେ ଆଲୋକର ପର୍ବ ଦୀପାବଳି l ଦୀପାବଳିରେ ବାଣ ହୋଲସେଲ ଦାମରେ ବିକ୍ରିପାଇଁ ଜଟଣୀ ବିଖ୍ୟାତ l ତେଣୁ ଗଣେଶ ପୂଜା ଠାରୁ ଆମ ସହରର ସିଜିନ ସେଣ୍ଟର ମାଲିକମାନେ ବିଭିନ୍ନ ପ୍ରକାରର କମ୍ପାନୀ ବାଣ ଠାରୁ ଆରମ୍ଭ କରି ଦେଶୀ ସୁତୁଲି ବାଣ, ଗୋଡି ବାଣ, ବିଭିନ୍ନ ସଟ ବାଣ ଗଛିତ ରଖିବା ଆରମ୍ଭ କରି ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଜଟଣୀ ସହରର ଆଖପାଖ ଗାଁ ରେ ଚୋରାରେ ଦେଶୀ ବାଣ ପ୍ରସ୍ତୁତ କରିବାର ଖବର ମଧ୍ୟ ପ୍ରକାଶ ପାଇଛି l ବାଣ ବ୍ୟବସାୟରେ କିଣାର ସତକଡା ଶହେଭାଗ ଲାଭରେ ବିକ୍ରି କରିଥାନ୍ତି l ସେଥିପାଇଁ ଯୁବକ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଦୀପାବଳି ଆସିଲେ ବାଣ ବେପାରରେ ମାତିଥାନ୍ତି l ବର୍ତ୍ତମାନ ସହରରେ ପ୍ରତ୍ୟକ ବଜାରର ଛୋଟବଡ ଦୋକାନ ଠାରୁ ଆରମ୍ଭ କରି ରାଜାବଜାର, ଗଜପତି ନଗର,ବାଲିଚ୍ଛକ ସାହି, ମୁଣ୍ଡିଆ ସାହି ଗଳି କନ୍ଦିରେ କିଛି ଯୁବକ ଘରେ ରଖି ବାଣ ବେପାର ଚଳାଇଛନ୍ତି l ଏହି ପରିପ୍ରେକ୍ଷୀରେ ଗତ ତା -30/10/23 ରିଖ ରେ ବେଆଇନ ବାଣ ଗଛିତ ରଖି ବେପାର କରୁଥିବା ଅଭିଯୋଗରେ ଛଣଘର ପଞ୍ଚାୟତ କୁସୁମାଟି ଗ୍ରାମର ଦୁଇ ଭାଇଙ୍କ ସହ ବହୁ ପରିମାଣର ଗଛିତ ବାଣ ଜବତ କରି ଜଟଣୀ ପୋଲିସ କୋର୍ଟ ଚାଲାଣ କରିଥିଲେ ମଧ୍ୟ ଏପରି ଅନେକ ବାଣ ବେପାରୀ ପୋଲିସ ପଞ୍ଝାରୁ ରକ୍ଷା ପାଇ ଯାଇ ବର୍ତ୍ତମାନ ଖୁଚୁରା ବ୍ୟବସାୟୀ ଭାବରେ 4/5 ଦିନ ବେପାର ପାଇଁ ଅସ୍ଥାୟୀ ଲାଇସେନ୍ସ ସାହାଯ୍ୟରେ କୋଟି କୋଟି ଟଙ୍କା ରୋଜଗାରର ପନ୍ଥା ଆପଣାଇ ଛନ୍ତି l ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ସହରର ନିକଟସ୍ଥ ଗ୍ରାମରେ ସୁତୁଲି ବୋମା, ସ୍କାଏ ସର୍ଟ, ଆକାଶ ଛତା ଭଳି ବିପଦ ଜନ୍ନକ ବାଣ ତିଆରି ହୋଇ ଗଛିତ ରହୁଛି l ବର୍ଷକ ୧୨ ମାସ ବିବାହ, ବ୍ରତ, ପୂଜା ପାର୍ବଣ,ଜାନିଯାତ୍ରା ରେ ବିକ୍ରି କରିଥାନ୍ତି l ଦୀପାବଳିକୁ ନେଇ ଜଟଣୀ ତଳଖେତା ଠାରୁ ଆରମ୍ଭ କରି, ଷଣ୍ଢପୁର, ବାଛରା, ପାତ୍ରପଡା ଜଗନ୍ନାଥ ପୁର, କୁଦିଆରୀ, ହରିରାଜପୁର, କନ୍ତିଆ ଏପରି ସହର ର ଚାରି ପାଖରେ ପାଖାପାଖି ୧୫୦ ଦୋକାନ ଗଢି ଉଠିଥିବା ସୂଚନା ମିଳିଛି l ଏହା ମଧ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନ, ଶିକ୍ଷାନୁଷ୍ଠାନ,ଜନବସତି,ମୁଖ୍ୟ ରାସ୍ତା କଡ ମାନଙ୍କରେ ଗଢି ଉଠିଛି l ଯଦି ହଠାତ ଦୈବ ଦର୍ଘଟଣା ଘଟି ଜନହାନି ଘଟେ ଦେବେ କିଏ ଦାଇ ରହିବ ବୋଲି ସାଧାରଣରେ ଚର୍ଚ୍ଚା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୧/୨୦୨୩----୯,୧୦ Sakhigopal News,8/11/2023