Breaking News

ପଇସା ପାଇଁ "ମା'ର ମମତା ବିଝିଲା ନାହିଁ ଜନ୍ମିତ ପୁଅ , ପୁରୀ ଯିବା କହି ରାସ୍ତାରେ ବୃଦ୍ଧା "ମା' କୁ ଛାଡି ପଳାଇଲା ପୁଅ



ଜଟଣୀ --ଏକ ମମତା ହୀନ ବିଦାରକ ଦୃଶ୍ୟ ସହରରେ ଦେଖିବାକୁ ମିଳିଛି l ସ୍ଥାନୀୟ ରେଲୱେ ଟ୍ରାଫିକ କଲୋନୀ ରେ ଅବସ୍ଥିତ ନୀଳାଚଳ ରନିଙ୍ଗ ରୁମ ସ୍ଥିତ ସାଇ ମନ୍ଦିର ରାସ୍ତାରେ ନିଶା ଶକ୍ତ ପୁଅ ବୃଦ୍ଧା ମା କୁ ଛାଡି ପଳାଇଥିବା ଦେଖିବାକୁ ମିଳିଛି l ଅସହାୟ ରୁଗୁଣ "ମା 'ଜଣକ ରାସ୍ତାରେ ଦୟନୀୟ ଅବସ୍ଥାରେ କାନ୍ଦୁଥିବାର ଦେଖି ସ୍ଥାନୀୟ କିଛି ସ୍ବେଛାସେବୀ ଯୁବକ ଉଦ୍ଧାର କରି ସାଇ ମନ୍ଦିର ପ୍ରାଙ୍ଗଣରେ ବସାଇ ଥିଲେ l ସଙ୍ଗେ ସଙ୍ଗେ ଜଟଣୀ ଥାନାକୁ ଅବଗତ କରିବା ସହ କିଛି ଗଣମାଧ୍ୟ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ l ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଗଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ସହ ବାର୍ତ୍ତାଳାପ କରିଥିଲେ l ସୂଚନା ମୁତାବକ ବୃଦ୍ଧାଙ୍କ ନିଜ ଘର ପୁରୀ ଲୋକନାଥ ରୋଡ଼ ମାତା ମଠ ଗଳିରେ l ବଡ ପୁଅ ଓ ବହୁ କୌଣସି କାରଣରୁ ବୃଦ୍ଧଙ୍କୁ ଘରୁ ବାହାର କରିଦେଲା ଦେବା ପରେ ସାନପୁଅ ସହ ଖୋର୍ଦ୍ଧା ସହରରେ ୧୦ ବର୍ଷ ରହିଥିଲେ । ବର୍ତ୍ତମାନ ଜଟଣୀ ସହରର ରାଜବଜାର ଏକ ମିଠା ଦୋକାନରେ କାମ କରିବା ସହ ସେଠାରେ ଭଡାରେ ରହୁଥିଲେ l ସାନପୁଅ ଜଣକ ଜଣେ ପୋଖତ ନିଶା ସେବନ କାରି l ଦିନକୁ 24 ଘଣ୍ଟା ନିଶା ଅବସ୍ଥାରେ ରହେ l ମା ପାଉଥିବା ମାସିକ ବାର୍ଦ୍ଧକ୍ୟ ସହ ନିଜେ  ଦୈନିକ 
ମଜୁରୀ ବାବଦକୁ ପାଉଥିବା ଟଙ୍କା ନିଶା ପାଇଁ ନିଅଣ୍ଟ ହୁଏ l ଅନେକ ସମୟରେ ଟଙ୍କା ପାଇଁ ବୃଦ୍ଧ "ମା' କୁ ମାଡ ମାରେ l କୌଣସି କାରଣରୁ ବୃଦ୍ଧା ମା କୁ ଭତ୍ତା ନ ମିଳିବାରୁ ନିଶାସକ୍ତ ସାନ ପୁଅ ମାଡ ମାରି ମୁଁ ଆଉ ତୋତେ ପାଖରେ ରଖିବି ନାହିଁ କହି ପୁରୀରେ ରହୁଥିବା ବଡ ଭାଇ ପାଖରେ ଛାଡି ବାକୁ କହି ବୃଦ୍ଧା "ମା' କୁ ଅଟୋରେ ବସାଇ ଆଣି ବାଟରେ ଛାଡି ଛୁ ମାରିଥିଲା l ସବୁ ଘଟଣା ଜାଣିବା ପରେ  ସାମ୍ବାଦିକ ରଙ୍ଗନାଥ ବେହେରା ରାଣୀପୁର ସ୍ଥିତ ବାପା ମା ସେବାଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସେ ସଂଗେ ସଂଗେ ସହଯୋଗର ହାତ ବଢ଼ାଇଥିଲେ l ପରେ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପିସିଆର ଟିମ ସହ ବୃଦ୍ଧା ମା ଙ୍କୁ ରାଣିପୁର ସ୍ଥିତ ବାପା ମା ସେବା ଆଶ୍ରମରେ ଛାଡିଥିଲେ l ଏଠି ପ୍ରମାଣ ହେଲା ନିଶା ଆଗରେ ମା ର ମମତା ତୁଛ l ନିଶା ପାଇଁ ଆଜିର ଯୁବକ କିଛିବି ଅଘଟଣ ଘଟାଇ ପାରନ୍ତି l ଏଣୁ ଆଜିର ଯୁବ ସମାଜକୁ "ପ୍ରେସ୍ କ୍ଲବ ' ତରଫରୁ ଅନୁରୋଧ ନିଶା ସେବନକୁ ମନ ନ ବଳାଇ ନିଶାଠାରୁ ଦୁରେଇ ରୁହନ୍ତୁ l ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସୁସ୍ଥ ସମାଜ ଗଠନରେ ନିଜକୁ ଉତ୍ସର୍ଗ କରନ୍ତୁ ଏହାହିଁ କାମନା   l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୩---୮,୧୦ Sakhigopal News,17/11/2023

Blog Archive

Popular Posts