ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜବହାରଲାଲ ନେହେରୁ ଜୟନ୍ତୀ ଏବଂ ଶିଶୁ ଉତ୍ସବ ପାଳିତ
ଜଟଣୀ --ସ୍ଥାନୀୟ ଗୋଡ଼ିପୁଟ ମାଟିଆ ପଡା ପଞ୍ଚାୟତର ବରପଦା ଗ୍ରାମ ଠାରେ ଅବସ୍ଥିତ "ମା ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିରରେ ଜବାହାର ଲାଲ ନେହେରୁ ଜୟନ୍ତୀ ଏବଂ ଶିଶୁ ଦିବସ ଉତ୍ସବ ପାଳିତ ହୋଇଯାଇଛି l ଆଜିର ଏହି ପବିତ୍ର ଉତ୍ସବରେ ଶିଶୁ ମାନଙ୍କ ଉତ୍ସାହ ଏବଂ ଉଦ୍ଦୀପନା ନିମନ୍ତେ ବିଦ୍ୟାଳୟରେ ଏକକ ଅଭିନୟ, ସଂଗୀତ ଗାନ, ନୃତ୍ୟ ପଦର୍ଶନ ଏବଂ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅମିଶା ପ୍ରଧାନ କାର୍ଯ୍ଯକ୍ରମ ରେ ସଭାପତିତ୍ୱ କରିଥିଲେ l
ଏହି ଅବସରରେ ପୂର୍ବତଟ ରେଲୱେ ଚିକିତ୍ସାଳୟର ସାଧାରଣ ଡ୍ୟୁଟି ମେଡିକାଲ ଅଧିକାରିଣୀ ଡାକ୍ତର ଭି. ରେଶମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁମାନଙ୍କ ମଧ୍ୟରେ ଉତ୍ସାହ ଜନ୍ମାଇ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ପରେ ପରେ ଶିଶୁ ମାନଙ୍କ ଗ୍ରହଣରେ ରହି ଶିଶୁ ମାନଙ୍କୁ ଶିଶୁ ଦିବସର ମହତ୍ୱ ସମ୍ପର୍କରେ ବୁଝାଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଏବଂ ଫଳ, କ୍ଷୀର ଇତ୍ୟାଦି ପୃଷ୍ଟିକର ଖାଦ୍ୟ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ l ଶିଶୁମାନେ ପାଠ ପଢି ଭବିଷ୍ୟତରେ ଜଣେ ଜଣେ ଦେଶର ଉତ୍ତମ ନାଗରିକ ରୂପେ ପରିଗଣିତ ହେବା ପାଇଁ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବକୁ ଗୁରୁମା ରିତା ପ୍ରଦାନ, ଲକି ଶାସମଲ, ସଜନୀ ମହାପାତ୍ର, ମାଳତୀ ବେହେରା, ଝରଣା ପଲାଇ,ପାୟଲ ମିଶ୍ର, ଗୁରୁଜୀ ସୁନୀଲ ସେଠୀ ସହଯୋଗ କରି ଉତ୍ସବକୁ ଚୁଚାରୁ ରୂପେ ସମ୍ପାଦନ କରିଥିଲେ l ସର୍ବ ଶେଷରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୧/୨୦୨୩----୬,୩୫ Sakhigopal News 14/11/2023