ମନ ମୋହିଲା ପଥପ୍ରାନ୍ତ ନାଟକ ଯମ୍ ହସୁଛେ
ବରଗଡ଼ --- ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜର ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମରେ ଯୁବପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କରା ଯାଉଅଛି । ଏହି ଅବସରରେ ଆୟୋଜିତ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସଡକ ସୁରକ୍ଷା ଜୀବନରକ୍ଷା ଶୋଭାଯାତ୍ରା କରାଯାଇଥିଲା । ଏହା କଲେଜ ପରିସର ରୁ ଆରମ୍ଭ ହୋଇ ଲରମ୍ଭା ଛକ ପର୍ଯ୍ୟନ୍ତ ଯାଇଥିଲା । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା, ଲରମ୍ଭା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଶ୍ବିନୀ କୁମାର ପ୍ରଧାନ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଅଧ୍ୟାପକ ଡଃ ସୁବଳ ରଞ୍ଜନ ସାହୁ ଓ ଅଧ୍ୟାପିକା ଯଶୋବନ୍ତୀ ସାଙ୍କ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ଯମ୍ ହସୁଛେ ଲରମ୍ଭା ଛକଠାରେ ମଞ୍ଚସ୍ଥ ହୋଇଥିଲା ।
ନାଟକ ବିଷୟ ବସ୍ତୁ ଓ ଅଭିନୟ ଜୀବନ୍ତ ଥିବାରୁ ଦର୍ଶକ ମହଲରେ ବେଶ୍ ମନ ମୋହିଥିଲା । ଏଥିରେ ବିନା ହେଲମେଟ ଓ ସିଲଟ୍ ବେଲଟ୍ ରେ ଯାତ୍ରା କରୁଥିବା ଡ୍ରାଇଭର୍ ମାନଙ୍କୁ ଚକଲେଟ୍ ଦେଇ ସଚେତନ କରାଯାଇଥିଲା । ନାଟକର ଜୀବନ୍ତ ଅଭିନୟ ପାଇଁ ଅଞ୍ଚଳରୁ ବହୁ ପ୍ରଶଂସା ମିଳିପାରିଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୧/୨୦୨୩---୭,୨୫ Sakhigopal News,25/11/2023