Breaking News

ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେର୍ଶ ପ୍ରଦର୍ଶନୀ ଉଦଯାପିତ


 


ସାକ୍ଷୀଗୋପାଳ----  ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେର୍ଶ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ଏକଶହରୁ ଅଧିକ ପ୍ରକଳ୍ପ ଉକ୍ତ ବିଜ୍ଞାନ ମେଳାରେ ସାମିଲି ହୋଇଥିଲା । ବିଜ୍ଞାନ ମେଳାକୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ସଭାପତିତ୍ୱ କରିଥବା ବେଳେ ବିଆରସିସି ପ୍ରଭାସ ଚନ୍ଦ୍ର କରଣ, ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାଶ, ଶୁକଳ ତୁତୀୟଦେବ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଜେନାପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲୋ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ଶିବରାମ ମିଶ୍ର, ବାମଦେବ ପ୍ରଧାନ ବିଭିନ୍ନ ପ୍ରକଳ୍ପ ବୁଲି ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଜିଲ୍ଲା ସ୍ତରକୁ ଏହି ପ୍ରକଳ୍ପକୁ ୫ ଗୋଟି ପ୍ରକଳ୍ପ ଯିବ ବୋଲି ଜଣାପଡିଛି । ଅନୁଷ୍ଠିତ ଉଦଯାପିତ ସଭାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ଅନ୍ୟ ଅତିଥି ମାନେ ଯୋଗ ଦେଇ ବିଜ୍ଞାନ ମେଳାର ଉପକାରିତା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବିଶେଷ କରି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ତାଙ୍କ ବ୍ୟକ୍ତବ୍ୟରେ କହିଥଲେ ଆମେ ଏବେ ହାତ ଛାଡି ଗୋଟିଏ ଆଙ୍ଗୁଠି ବ୍ୟବହାର କରୁଛେ । ରେଡିଓ, ଘଣ୍ଟା, ଟେପରେକର୍ଡ, ଟିଭି ଆଦି ଠାରୁ ହୁରେଇ ଗଲେଣି । ଆଗକୁ କ’ଣ ଆସିବ ତାହାକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଥିଲେ । ବରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର୭ମ ଶ୍ରେଶୀର ଛାତ୍ରୀ ସୋନାକ୍ସି ପିୟଦର୍ଶନୀ ଅଳ୍ପ ଖର୍ଚ୍ଚରେ ବହୁମୁଖୀ ହୁଇଲିଚେୟାର, ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଶୁଭମ ମେକାପର ପ୍ରକଳ୍ପ ଅଗ୍ନିଶମର ରୋବଟ, ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର୮ମ ଶ୍ରେଣୀର  ଛାତ୍ରୀ ସ୍ମୃତିପ୍ରଜ୍‌/ୟା ପ୍ରଧାନ ବହୁମୁଖୀ କୃଷି ଯନ୍ତ୍‌ପାତି, ବୀରଗୋବିନ୍ଦପୁର ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ର ଗୁରୁପ୍ରସାଦ ମିଶ୍ର ସୈନ୍ୟଶିବିର ସୁରକ୍ଷା, ସୁଆଣ୍ଡୋ ପ୍ରାଇମେରୀ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପିୟା ଭୋଇ ଅସରନ୍ତି କ୍ୟାଲେଣ୍ଡର ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି ବୋଲି ବ୍ଳକ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ ଘୋଷଣା କରିଥିଲେ । ସିଆରସିସି ଗୋପିନାଥ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଆରସିସି ସୁନିଲ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ସିଆସିସି  ଓ  ଗାଇଡି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୩---୭,୨୫    Sakhigopal News, 17/11/2023

Blog Archive

Popular Posts