Breaking News

ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଓ ବଡଏକାଦଶୀ ପର୍ବ ପାଇଁ ପ୍ରଥମ ସମନ୍ନୟ ବୈଠକ ; ସେବାୟତ ସଂଘ ବୈଠକରେ ଯୋଗ ଦେଲେ ନାହିଁ



 ସାକ୍ଷୀଗୋପାଳ------୨୧ ତାରିଖରେ  ଓ ୨୩ ତାରିଖରେ  ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ  ( ମା ରାଧାରାଣୀଙ୍କ ପାଦ ଦର୍ଶନ ) ସହିତ ବଡ ଏକାଦଶୀ ପର୍ବ ପାଳନ ହେବ । ଏହି ଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିରହିବ । ବୈଠକରେ ସେବାୟତ ସଂଘ ସେମାନଙ୍କ ଦାବିକୁ ନେଇ ଅନୁପସ୍ଥିତ ରହିଛନ୍ତି । ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳା ସହିତ କରାଯିବ ସେଥିପାଇଁ ବକୁଳବନ ସ୍ଥିତ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ଆଜି ଅପରାହ୍ନରେ  ପ୍ରଥମ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଭବତାରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବତ୍ତର ଅତିରିକ୍ତ କମିଶନର ଗଗନ ସାହୁ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲିପିସା ରାୟ, ଏସଡିପିଓ ବିରଞ୍ଚି କୁମାର ପତି, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରତାପ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ହେମନ୍ତ ବେହେରା ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ସେମାନଙ୍କର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦ କହିଛନ୍ତି । ସେମାନଙ୍କ ଦାବୀ ସେମାନଙ୍କୁ ନ ଜଣାଇ ଓଡିଆ ବିଶ୍ୱବିଦ୍ୟାଳୟ ସେମାନଙ୍କର ସସ୍ମାନ ଭାଙ୍ଗି ଦେଇଛି । ତୁରନ୍ତ ଶସ୍ମାନ ନିର୍ମାଣ ସହିତ ଠାକୁରଙ୍କ ନୀତିକାନ୍ତ ସହିତ ଜଡିତ ତୀର୍ଥ ପୁଷ୍କରଣୀ କେତକିଝର ପୋଖରୀ ମନ୍ଦିରକୁ ଫେରସ୍ତ ଅଣିବା ପାଇଁ ଦାବୀ ରଖିଛନ୍ତି । ଜୟପୁର ସରପଞ୍ଚ ଆରାଧାନା ସାମନ୍ତରାୟ ସେବାୟତ ମାନଙ୍କ ତରଫରୁ ବୈଠକରେ ଉଠାଇଥିଲେ । ବିଧାୟକ ଶ୍ରୀସମାନ୍ତରାୟ ଓଉପଜିଲ୍ଲାପାଳ ଶ୍ରୀ ସାହୁ ସେବାୟତ ସଂଘର ଦାବୀ ସହିତ ସେମାନଙ୍କ ସହିତ ଆଲେଚନା କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କୁ ଦାୟତ୍ୱ ଦିଆଯାଇଛି । ସେହିପରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ଚତୁପାଶ୍ୱର୍ ଓ ବକୁଳବନ ପର୍ଯ୍ୟନ୍ତ ଆଲୋକୀକରଣ, ପାନୀୟ, ସ୍ୱାସ୍ଥ୍ୟ, ।ସ୍ତୋ ଘାଟର ମରାମତି, ଅଗ୍ନିଶମ, ସଫେଇ ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା । ଶାନ୍ତିଶୃଙ୍କଳା ରକ୍ଷା କରିବା ପାଇଁ ପୋଲିସ ମୃତ୍ୟୁୟନ ସହିତ ଅସ୍ଥାୟୀ ଶୌଚାଳୟ ନିର୍ମାଣ ସମ୍ପର୍କରେ ଆଲେଚନା କରାଯାଇଥିଲା । ଶେଷରେ ମନ୍ଦିରର ଫୁଲସଜା ଦାୟତ୍ୱ ବିଧାୟକ ନିଜେ ନେବେ ବୋଲି ବୈଠକରେ ପ୍ରକାଶ କରିଥିଲେ । ସବୁଠାରୁ ବଡ ଗୁରୁତ୍ୱ ବୂର୍ଣ୍ଣ ନିସ୍ପତି ବୈଠକରେ ନିଆଯାଇଛି ଏ ବର୍ଷ ପଞ୍ଚସଖା ଖେଳ ପଡିଆରେ କୌଣସି ଅସ୍ଥାୟୀ ବା ବେସରକାରୀ ଷ୍ଟଲ ପଡିବ ନାହିଁ । ସେଠାରେ କେବଳ ସରକାରୀ ଷ୍ଟଲ ପଡିବ ବୋଲି ଆଜିର ସମନ୍ନୟ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଶ୍ରୀ ଶ୍ରୀ ସତ୍ୟବାଦୀ ଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଆସନ୍ତା ବୈଠକ ୧୫ ତାରିଖରେ କରାଯିବା ପାଇଁ ନିସ୍ପତି ନିଆଯାଇଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୩---୮,୧୦ 

Blog Archive

Popular Posts