ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ଧ୍ୱଜାମୁଣ୍ଡାଇ ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟି ଚାରିଗୋଟି ପରିବାରଙ୍କର ଘର ଜଳିପୋଡି ଯାଇଥିଲା । ପୂର୍ବତନ ଜିଲ୍ଲାପରିଷଦ ଧୁବଚରଣ ଦାଶଙ୍କ ଅନୁରୋଧ କ୍ରମେ ପୁରୀର ରାମକୃଷ୍ଣ ମଠର ମହାରାଜାଙ୍କୁ ଅବଗତ କରିବା ପରେ ଚାରିଗୋଟି ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ବଳଭଦ୍ର ବେହେରା, ସୁଦର୍ଶନ ବେହେରା, ଦୁଃଶାସନ ବେହେରା,ଦେବଦାଶଙ୍କୁ ରାଶନ ସାମଗ୍ରୀ, ଶୀତବସ୍ତ୍ର, ମହିଳା ମାନଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲା । ରାମକୃଷ୍ଣ ମଡ ପକ୍ଷରୁ ମଳୟ ମହାରାଜଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୧୧/୨୦୨୩---୭,୧୦ Sakhigopal News, 6/11/2023