Breaking News

ସତ୍ୟବାଦୀରେ କବି ଡ.ପ୍ରସନ୍ନ ପାଟ୍ଟଶାଣୀ ଗବେଷଣା ପ୍ରତିଷ୍ଠାନ ଉଦଘାଟନ



ସାକ୍ଷୀଗୋପାଳ---- ସତ୍ୟବାଦୀରେ କବି ଡ; ପ୍ରସନ୍ନ ପାଟ୍ଟଶାଣୀ ଗବେଷଣା ପ୍ରତିଷ୍ଠାନ ଗୃହ ଉଦଘାଟନ ହେବା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶହୀଦ ଦେବାଶିଷ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ଦାମେଦର କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥି ଭାବେ ଡ. ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫେସର ପ୍ରତିଭା ମହାରଥୀ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ବକୁଳବନର ମହୋତ୍ସବର ପ୍ରତିଷ୍ଠାତା ତଥା କବି ଶଚିିକାନ୍ତ ବିଶ୍ୱାଳ ଓ ବକୁଳବନ ମହୋତ୍ସବର ସଭାପତି ସାଧୁଚରଣ ବେହେରାଙ୍କ ସହିତ ଅଳଗୁମ ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ ନରେନ୍ଦ୍ରପୁର ସମିତିସଭ୍ୟା ଝରଣା ମଲିକ ପ୍ରମୁଖଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେଉଦଘାଟନ କରିଥିଲେ । ଅତିଥି ମାନେ କହିଥିଲେ ଯେ  ସତ୍ୟବାଦୀ ମାଟି ହେଉଛି ଏକ ଐତିହ୍ୟ, ପୁଣ୍ୟମାଟି  ।  ରାଜ୍ୟ ସରକାର  ସତ୍ୟବାଦୀରେ ଓଡିଆ ଭାଷାର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏହାକୁ ଲକ୍ଷ୍ୟ କରି ଏଠାରେ ସେହି ଓଡିଆ ଭାଷା, ସାହିତ୍ୟ ପରମ୍ପରା ସମ୍ପର୍କେ ଏକ ଗବେଷଣା ପ୍ରତିଷ୍ଠାନ ଅସ୍ଥାୟୀ ଭାବେ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ଗଙ୍ଗାଧର ବିହାର ସୁଜତା ଦେବୀଙ୍କ ବାସଭବନରେ ଆରମ୍ଭ କରାଯାଇଛି । ସେହିପରି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡ କହିଥିଲେ ଏହି ଅନୁଷ୍ଠାନ ପାଇଁ ଯାହା ଆବଶ୍ୟକତା ବା ଯାହା ଦରକାର ପଡିବ ତାହା ସେ ବିଧାୟକଙ୍କ ସହିତ ଆଲେଚନା କରିସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃୁତି ଦେଇଛନ୍ତି । ଶିକ୍ଷକ ଲକ୍ଷ୍ମୀକାନ୍ତ ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସୁଜତା ଦେବୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବକୁଳବନ ମହୋତ୍ସବ କମିଟିର ସମ୍ପାଦକ ଯଯାତିକେଶରୀ ରାୟ ଧନ୍ୟବାଦ ଦେଇଥିଷଲ ।  ସବିତା ରଥ, ବିଶାଖା ଦେବୀ, ଗୋବିନ୍ଦ୍ର ଚନ୍ଦ୍ର ପ୍ରଧାନ, ଆରତ ତ୍ରାଣ ମଲିକ, ପଙ୍କଜିନି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମାନସ ରାଉତ, ଆଲୋକ କୁମାର ବିଶ୍ୱାଳ, ନିଲିମା ରଥ, ପ୍ରଦୀପ କୁମାର ବିଶ୍ୱାଳ, ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୩---୮,୧୦   Sakhigopal News, 7/6/2023

Popular Posts