ସ୍ବର୍ଗତ ଡା. ଦୁର୍ଗାଚରଣ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ସଭା
ଭଞ୍ଜନଗର---- ସ୍ବର୍ଗତ ଡାକ୍ତର ଦୁର୍ଗାଚରଣ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ଭଞ୍ଜନଗରର ବହୁ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ତିତିରେ ପାଳିତ ହୋଇଯାଇଛି । ହନୁମାନ ଜୟନ୍ତୀ କମିଟି ଓ ଗୀତାଭବନର ସଦସ୍ୟ ମାନଙ୍କ ଦ୍ବାରା ସ୍ବର୍ଗତ ଡାକ୍ତରଙ୍କ ବାସଭବନ ଠାରେ ହନୁମାନ ଚାଳିଶା ଓ ଗୀତା ପାରାୟଣ କରାଯାଇଥିଲା । ଭେଜିପୁଟ ଗୁପ୍ତେଶ୍ବର ଶିବ ମନ୍ଦିର ନିକଟରେ ଡାକ୍ତର କମ୍ଭୁପାଣି ସାମନ୍ତଙ୍କ ପୌରହିତ୍ୟରେ ଏକ ସ୍ମୃତି ସଭା ଆୟୋଜିତ କରାଯାଇଥିଲା । ଏଥିରେ ରାଜେନ୍ଦ୍ର କୁମାର ଦାସ, , ରବୀନ୍ଦ୍ର ନାଥ ଆଚାର୍ଯ୍ୟ , ରଜନୀକାନ୍ତ ମହାପାତ୍ର, ତ ରାଜେନ୍ଦ୍ର କୁମାର ସଢଙ୍ଗି, ଶିଶିର କୁମାର ଆଚାର୍ଯ୍ୟ ଓ ସମାଜସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ । ଏହି ଅବସରରେ ଡାକ୍ତର ତ୍ରିପାଠୀଙ୍କ ନିରାଡମ୍ବରମୟ ଜୀବନ ସହିତ, ରୋଗୀ ସେବା, ଆଧ୍ୟାତ୍ମିକ ଜୀବନ , ସାମାଜିକ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅତିଥି ଏବଂ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସ୍ଵର୍ଗତ ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସ୍ଵରଣିକା - ଭକ୍ତି କୁସୁମାଳି ଉନ୍ମୋଚନ କରଯାଇଥିଲା । ଅନ୍ୟା ମାନଙ୍କ ମଧ୍ୟରେ ସୋମନାଥ ନାୟକ , ତ ଷୋଳପାଣି ଶତପଥି, ଡା. ଦେବୀ ପ୍ରସାଦ ସାମନ୍ତ, ଶ୍ୟାମଘନ ସାହୁ, ପ୍ରଭାତ କୁମାର ଆଚାର୍ଯ୍ୟ , ତ ବିମ୍ବାଧର ଶଢଙ୍ଗୀ , ବ୍ରଜ ଗୋପାଳ ମହାରଣା, ପବିତ୍ର ମୋହନ ରାଉତରାୟ ଉପସ୍ଥିତ ଥିଲେ। ଶେଷରେ