Breaking News

ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୂଆଗାଁ (ଏ) ଚମ୍ପିୟାନ

 
   
   କ.ନୂଆଗାଁ---- କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିଲା। ଆଜିର ଏହି ଫାଇନାଲ ମ୍ୟାଚରେ ନୂଆଗାଁ (ଲିଜେଣ୍ଡ) ଓ ନୂଆଗାଁ (ଏ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛ‌ଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଛି। ପ୍ରଥମେ ଟସ୍  ଜିତି ନୂଆଗାଁ (ଏ) ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା। ୯୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଲିଜେଣ୍ଡ ଦଳ ୯୧ ରନ୍ କରିଥିଲେ ।  ବାବୁନାଥ ପ୍ରଧାନ ମ୍ଯାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ସଚିନ ନାୟକ ଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ଆଜିର ଏହି ଫାଇନାଲ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ,କ.ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ସହଦେବ ପାତ୍ର ଓ ରଜନୀ କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଫାଇନାଲ ମ୍ୟାଚରେ ଧବଳେ ମଲିକ ଓ ଦ୍ରାବିଡ଼ ମଲିକ ମ୍ୟାଚ ପରିଚାଳନା କରିଥିଲେ। ପୁରସ୍କାର ବିତରଣି ଉତ୍ସବରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ବିଜେତା ଦଳକୁ ୮୦୦୧ ଟଙ୍କା ସହ କପ୍ ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ କପ୍ ପ୍ରଦାନ କରିଥିଲେ ଏବଂ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଏନ୍.ସି.ସି କ୍ରିକେଟ କ୍ଲବ୍ ସଭାପତି ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ,ହାପି ନାୟକ, ସିପୁନ ଦିଗାଲ,ମିନୁ ସାହାଣୀ ଙ୍କ ସମେତ କ୍ଲପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବ ବୋଲି ଆୟୋଜକ ଙ୍କ ଠାରୁ ସୁଚନା ମିଳିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ, ୨୯/୬/୨୦୨୩----୮,୪୫ Sakhigopal News 29/6/2023

Blog Archive

Popular Posts