ଝୋଟି ରେ ଝଲସୁଛି କୁଲାଡ଼ ରଥଚକଡା, ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ
ଭଞ୍ଜନଗର----ଓଡିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର ଗଞ୍ଜାମ ଜିଲ୍ଲା ଭଜଂନଗର ବ୍ଳକର କୁଲାଡ଼ର ରଥଯାତ୍ରା ଏକ ବ୍ୟତିକ୍ରମ ଓ ସ୍ବତନ୍ତ୍ରତା ଆଜିବି ରହିଛି।ଏହା ଭଜଂ ରାଜାଙ୍କ ସମୟ ରୁ ଅର୍ଥାତ ୫୦୦ ବର୍ଷ ତଳରୁ ଏହି ଗୁଣ୍ଡିଚା ଯାତ୍ରା ହୋଇଆସୁଅଛି। ପରମ୍ପରା ଅନୁସାରେ ଗୋଟିଏ ରଥରେ ତିନିଠାକୁର ବିଜେକରି ଆସୁଥିବାରୁ ଚଳିତ ବର୍ଷ ରଥକୁ ସମ୍ପୁର୍ଣ୍ଣ ଭଙ୍ଗା ଯାଇ ନୂତନ ଭାବେ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାଯାଇଛି।ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରାକୁ ସୁନ୍ଦର ଭାବେ ପରିଚାଳିତ କରିବା ମନ୍ଦିରଟ୍ରଷ୍ଟ ମୁଖ୍ୟ ଭଜଂନଗର ଉପଜିଲ୍ଳାପାଳ ଯ୍ୟୋତି ଶଙ୍କର ରାଏ ଓ ତହସଲଦାର ଅଚ୍ୟୁତା ନନ୍ଦଯାନୀ ଏବଂ ମୁଖ୍ୟ ମହାରଣା ତ୍ରିନାଥ ମହାରଣା ଓ ତାଙ୍କ ସହଯୋଗୀ ମାନଙ୍କର ସହଯୋଗରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆସନ୍ତା ସୋମବାର ଦିନ ତିନିଠାକୁର ଙ୍କ ନେତ୍ର ଉତ୍ସବ ପାଳନପରେ ଉକ୍ତ ତିନି ଠାକୁରଙ୍କ ନବଯୌବନ ଦର୍ଶନ କରିବେ। ଏହାପରେ ମଙ୍ଗଳବାର ଦିନ ଭଞ୍ଜ ରାଜାଙ୍କ ବଶଂଧରର ଦାଆଦ ପ୍ରସାନ୍ତ କୁମାର ଭଜଂଦେବ ଠାକୁର ମାନଙ୍କୁ ପହଣ୍ଡି କରାଇ ରଥାରୁଢ କରି ଆଳତି ପ୍ରଦାନ କରିବା ପରେ ରଥଟଣା ଆଳମ୍ଭ ହେବ। ସବୁ ବର୍ଷକୁ ପଛରେ ପକାଇ ଚଳିତବର୍ଷ ନିଅରା ଢଙ୍ଗରେ ରଥ ଚକଡା ଝୋଟି ଚିତ୍ରରେ ରଙ୍ଗ ବେରଙ୍ଗରେ ସଜାଯାଇଛି।ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଆଗ୍ରହ ଦେଖାଯାଇଛି।ଏହି ଚିତ୍ରକାରୀ ମାନଙ୍କୁ ଭଜଂନଗର ତହସିଲଦାର ବାହର ଜିଲ୍ଲାରୁ ଆଣିଥିବା କୁଲାଡ ରାଜସ୍ବ ନୀରିକ୍ଷକ କହିଛନ୍ତି। ଏହି ରଥ ନିର୍ମାଣ କାର୍ଯ୍ୟରେ ମହାରଣା,ଚିତ୍ରକାର,କାରୁକାର୍ଯ୍ୟ ଶିଲ୍ପୀମାନେ ନିୟୋଜିତ ରହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୩----୯,୫୫ Sakhigopal News,18/6/2023