Breaking News

ବାଲିଗୁଡା ଗସ୍ତ ରେ 5T ସଚିବ ଭି.କେ ପାଣ୍ଡିଆନ


 କନ୍ଧମାଳ---  ବାଲିଗୁଡା ଗସ୍ତ ରେ 5T ସଚିବ ଭି.କେ ପାଣ୍ଡିଆନ । ବାଲିଗୁଡା ର ଆରୋଧ୍ୟା ଦେବି ମା ପାଟଖଣ୍ଡା ଙ୍କ ଦର୍ଶନ କରିଥିଲେ 5T ସଚିବ l ମା ପାଟଖଣ୍ଡା ମନ୍ଦିର କମିଟି ର ସଦସ୍ୟ ଙ୍କ ସହ ମନ୍ଦିର ର ଉନ୍ନତି ନେଇ ଆଲୋଚନା କରିଥିଲେ l ପରେ ବାଲିଗୁଡା ଜଗନ୍ନାଥ ମନ୍ଦିର ଗସ୍ତ କରିଥିଲେ 5T ସଚିବ l ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ l ଏଥିସହ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଙ୍କ ସହ ଜଗନ୍ନାଥ ମନ୍ଦିର ଉନ୍ନତି ନେଇ ଆଲୋଚନା କରିଥିଲେ l ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରିଥିଲେ 5T ସଚିବ l ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ପହଞ୍ଚି ଇଣ୍ଡୋର ହଲ, ଡାକ୍ତର କକ୍ଷ ପରିଦର୍ଶନ କରିଥିଲେ l ଏଥିସହ ବିଭିନ୍ନ ୱାର୍ଡ ବୁଲି ରୋଗୀ ଙ୍କ ସହ ଆଲୋଚନା କରିଥିଲେ l ବାଲିଗୁଡା ମେଡିକାଲ ରେ ବିଭିନ୍ନ ସମସ୍ୟା ନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଙ୍କ ସହ ଆଲୋଚନା କରିବା ସହ ବାଲିଗୁଡା ମେଡିକାଲ ର ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ l ପରେ ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଗସ୍ତ କରିଥିଲେ 5T ସଚିବ  l ବିଜୁ ପଟ୍ଟନାୟକ ମିନିଷ୍ଟାଡିଅମ ର ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରିବା ସହ ଉପଖଣ୍ଡ କ୍ରୀଡା ସଂଘ ର ସଦସ୍ୟ ଓ କ୍ରୀଡ଼ାବିତ ଙ୍କ ସହ ଆଲୋଚନା କରିଥିଲେ l ପରେ ବିଜୁ ପଟ୍ଟନାୟକ ମିନିଷ୍ଟାଡିଅମ ରେ ପହଞ୍ଚି ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ 5T ସଚିବ l ବାଲିଗୁଡା ର ବିଭିନ୍ନ ସଙ୍ଗଠନ ସାଧାରଣ ଜନତା, ସାମାଜିକ କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଟି, ମିଶନ ଶକ୍ତି ର ବ୍ଲକ ଓ ଜିଲ୍ଲା ଫେଡେରେସନ, ସିଆରପି, ବ୍ୟାଙ୍କ ମିତ୍ର, ଏମ.ବି.କେ ଙ୍କ ସହ ଆଲୋଚନା କରିଥିଲେ 5T ସଚିବ l ବାଲିଗୁଡା ର ବିକାଶ ଓ ସ୍ୱତନ୍ତ୍ର ଭିଜନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ରହିଥିବା କହିଛନ୍ତି 5T ସଚିବ l ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ଖୁବ ଶୀଘ୍ର ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟ ହାତ କୁ ନିଆଯିବ କହିଛନ୍ତି 5T ସଚିବ l
ବାଲିଗୁଡା ସହର ରେ  ପାନୀୟ ଜଳ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 107 କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି l ଯାହା ଫଳ ରେ ଘର ଘର କୁ ପିଇବା ପାଣି ଖୁବଶୀଘ୍ର ପହଞ୍ଚିବ କହିଛନ୍ତି 5T ସଚିବ l ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଆମ ମେଡିକାଲ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଛି l ଆଦିବାସୀ ମହାବିଦ୍ୟାଳୟ ର ବିକାଶ ନେଇ ଆଦିବାସୀ କଲେଜ କୁ 5ଟି ଉପକ୍ରମ ରେ ସାମିଲ କରାଯାଇଛି l ବାଲିଗୁଡା ଜଗନ୍ନାଥ ମନ୍ଦିର ଓ ପାଟଖଣ୍ଡା ମନ୍ଦିର ର ଉନ୍ନତି କରାଯିବ କହିଛନ୍ତି 5T ସଚିବ l ଏଥିସହ ବାଲିଗୁଡା ବସ ଷ୍ଟାଣ୍ଡ ର ବିକାଶ ସହ ନିକଟରେ ଥିବା କଦଳୀ ବନ୍ଧ ର ଉନ୍ନତିକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ  l ବାଲିଗୁଡା ସହର ର ବିଜୁ ପଟ୍ଟନାୟକ ମିନିଷ୍ଟାଡିଅମ ରେ ଖୁବ ଶୀଘ୍ର ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରାଯିବା ସହ ଇଣ୍ଡୋର ଷ୍ଟାଡିଅମ ର ବିକାଶ କରାଯିବ କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ l ବାଲିଗୁଡା ବ୍ଲକ ସଲାଗୁଡା ପଂଚାୟତ ର ସାପନଳା ୱାଟର ଫଲ କୁ ପର୍ଯ୍ୟଟନ କେନ୍ଦ୍ର ରେ ପରିଣତ କରାଯିବ l ତେବେ 5T ସଚିବ ଙ୍କ ଗସ୍ତ ସମୟରେ ହଜାର ହଜାର ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ବାଲିଗୁଡା ର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜନସାଧାରଣ  I
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୬/୨୦୨୩----୧୦,୨୫ Sakhigopal News,18/6/2023

Blog Archive

Popular Posts