Breaking News

କଂଗ୍ରେସ ର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ


କନ୍ଧମାଳ --- ବାଲିଗୁଡାସଭାଗୃହ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱ ରେ କଂଗ୍ରେସର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ଆୟୋଜିତ କର୍ମୀ ସମ୍ମିଳନୀ ରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ l ଏହି ଅବସରରେ  କଂଗ୍ରେସ କର୍ମୀ  ମାନେ ଏକ ମଟର ସାଇକେଲ ଶୋଭାଯାତ୍ରା ମାଧ୍ୟମରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଙ୍କୁ ସ୍ୱାଗତ କରିବା ସହ ସ୍ଥାନୀୟ ସଭାଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ସମଗ୍ର କନ୍ଧମାଳ ଜିଲ୍ଲା ରେ କଂଗ୍ରେସ ଦଳ କୁ ତୃଣମୂଳ ସ୍ତରରେ ସ୍ଥିତି ସୁଦୃଢ କରିବା ସହ ବୁଥ ସ୍ତରରେ କର୍ମୀ ଓ ନେତା ଙ୍କୁ ସକ୍ରିୟ ହୋଇ ଦଳ କୁ ମଜବୁତ କରିବାକୁ ଆୟୋଜିତ କର୍ମୀ ସମ୍ମିଳନୀ ରେ ଆହ୍ୱାନ ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ୍ ଶ୍ରୀ ପଟ୍ଟନାୟକ l କଂଗ୍ରେସ ଦଳ କୁ ନେଇ ଲୋକଙ୍କ ଓ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ରହିଛି। ତେଣୁ ଆଗାମୀ 2024 ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳ ଶାସନ କ୍ଷମତା କୁ ଫେରିବ କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ l  କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ଦଳ ଛାଡିଥିବା 25 ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଅନାମ ନାୟକ, ପିସିସି ଉପସଭାପତି ନକୁଳ ନାୟକ,ବାଲିଗୁଡା ନଗର କଂଗ୍ରେସ ସଭାପତି ସ୍ଵପ୍ନେଶ୍ଵର ସାହୁ  , ସିତାରାମ ପଣ୍ଡା  ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବାର ଦେଖାଯାଇଥିଲା l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୬/୨୦୨୩----୬,୧୦ Sakhigopal News,22/6/2023

Blog Archive

Popular Posts