ଭଞ୍ଜନଗର ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ
ଭଞ୍ଜନଗର,---- ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ (ଟିପିଏସଓଡିଏଲ) ଆନୁକୂଲ୍ୟରେ ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୬ଜୁନ୍ ଠାରୁ ଜୁଲାଇ ୨ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।ଭଞ୍ଜନଗର ଅଞ୍ଚଳର ପ୍ରତ୍ୟେକ ବିଦ୍ୟୁତ ବିଭାଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହର ଆଭିମୁଖ୍ୟ ହେଉଛି ବୈଦ୍ୟୁତିକ ସୁରକ୍ଷା–ଏହା ସହ ବୁଝାମଣା ନୁହେଁ, ସଠିକ ଜ୍ଞାନ ଆବଶ୍ୟକ।ଏହି ଅବସରରେ ବର୍ଷା ପବନରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ନିକଟକୁ ନଯାଇ ବିଦ୍ୟୁତ କାର୍ଯ୍ୟାଳୟ କୁ ଜଣାଇବା, ଘଡଘଡି ମାରିବା ସମୟରେ ଘରୁ ନ ବାହାରିବା, ଗଛ ତଳେ ନ ରହିବା,ଏହି ସମୟରେ ବାହାରେ ଥିଲେ ଅସୁବିଧା ସ୍ଥଳେ ପାଦର ଆଙ୍ଗୁଠିରେ ଭାର ଦେଇ ଜାକିଜୁକି ହୋଇ ବସିପଡିବା,ବୈଦୁତିକ ମରାମତି କୁଶଳୀ କାରୀଗରଙ୍କ ଦ୍ୱାରା କରିବା, ବିଦ୍ୟୁତ ଲାଇନ ଠାରୁ ଆବଶ୍ୟକ ଦୁରତାରେ ଘର ନିର୍ମାଣ କରିବା ଭଳି ସଚେତନତା ବାର୍ତ୍ତା ପ୍ରଦାନ କରାଯିବା ସହ ସମସ୍ତେ ସୁରକ୍ଷାକୁ ନେଇ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ଅଭିଜିତ ପାଢ଼ୀ, ନିର୍ବାହୀ ଯନ୍ତ୍ରୀ ଜଗତ ଜିତ୍ ଦାସ ମହାପାତ୍ର ଉପସ୍ଥିତ ରହି ବିଭିନ୍ନ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କରେ କର୍ମଚାରୀଙ୍କୁ ଜଣାଇ ଥିଲେ।ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ସର୍କଲ ତଥା ଡିଭିଜନର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଓ ବ୍ୟବସାୟିକ ସହଯୋଗୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୩----୮,୨୫ Sakhigopal News,28/6/2023