ମାଟି ରେ ଯୋଡେଇ ହେଉଛି ଗାଡ ୱାଲ୍ " ଅତାବିରା ଏନ୍ ଏସି ଆଉ ଏକ ନିମ୍ନ ମାନର କାମ ସାମ୍ନାକୁ ଆସିଛି
ବରଗଡ଼:(ନବୀନ ଦାଶ)ଦୁର୍ନୀତି ରେ ଉବୁଟୁବୁ ଅତାବିରା ଏନ୍ ଏସି । ଏବେ ବିକାଶ ର ନାଁରେ ବିନାଶର ବୀଜବୁଣି ଉନ୍ନୟନ ମୂଳକ କାର୍ଯ୍ୟରେ ଅର୍ଥ ହରିଲୁଟ୍ ହେଉଥିବା ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି। ପ୍ରାୟତଃ କେଉଁଠି ଅନବିଜ୍ଞ ଠିକାଦାର ମାନଙ୍କ ଦ୍ଵାରା କାର୍ଯ୍ୟ ହେଉଛି ତ ଆଉ କେଉଁଠି ଜେଇ ଓ ଠିକାଦାର ଙ୍କ ମିଳି ଭଗତ ରେ ବିନା ସୂଚନା ଫଳକରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଏକ ନିମ୍ନ ମାନର କାର୍ଯ୍ୟ ସାମ୍ନା କୁ ଆସିଛି । ଯାହା ଏନ୍ ଏସି ର ୱାର୍ଡ ନଂ-୧୨ କାଣ୍ଡପାଲି ରେ ମେଟାଲ,ସିମେଣ୍ଟ, ବାଲି ସହ ମାଟି ଦେଇ ଗାଡ଼ ୱାଲ୍ କାର୍ଯ୍ୟ କରାଯାଉଛି। ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଖବର ପାଇ ୱାର୍ଡ ନଂ-୧ କାଉନସିଲର ଦୀପକ ରଏ ଗାଆଁ ର ଯୁବ ପିଢ଼ିଙ୍କ ମିଳିତ ଉଦ୍ୟମ ରେ କାର୍ଯ୍ୟ କୁ ବନ୍ଦ କରାଯାଇଛି । ନିମ୍ନ ମାନର କାର୍ଯ୍ୟ ର ଏକ ଭିଡିଓ ଭାଇରାଲ ହେଉଥିଲା। ଯାହା ଫୋନ୍ ମାଧ୍ୟମରେ ଦାୟିତ୍ୱରେ ଥିବା ଏନ୍ ଏସି ଜେଇ ପ୍ରମୋଦ ପଟେଲ ଙ୍କୁ ଯୋଗାଯୋଗ ପରେ ପର୍ଯ୍ୟାୟ କ୍ରମେ ସିମେଣ୍ଟ,ବାଲି ଓ ମେଟାଲ(୧-୪- ୮)ରେ ଗାଡ଼ ୱାଲ୍ କାର୍ଯ୍ୟ ହେବାକୁ ଥିବାବେଳେ ଭାଇରାଲ୍ ଭିଡିଓ ରେ(୧/୨-୫-୭) ସିମେଣ୍ଟ,ବାଲି ଓ ମେଟାଲ୍ ସହ ମାଟି ଥାପି ଦେଇ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା କାର୍ଯ୍ୟରତ ଶ୍ରମିକ ମାନଙ୍କ ଠାରୁ ଜଣା ପଡିଛି।ତେବେ ଏଠି କିଭଳି ଭାବ ରେ ଏନ୍ ଏସି ପ୍ରଶାସନ ର ଆଢ଼ୁଆଳରେ ଏତେ ନିମ୍ନ ମାନର କାମ କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ହେଉଛି ।
ଏଭଳି କାର୍ଯ୍ୟ କୁ ଏନ୍ ଏସି ରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଲୋକେ ଅଡି ବସିଥିବା ବେଳେ ସବୁ ଜାଣିଶୁଣି କାର୍ଯ୍ୟ କୁ ପ୍ରଶ୍ରୟ ଦେଉଥିବା ବିରାଡ଼ି ବୈଷ୍ଣବ ସାଜିଥିବା ଜେଇ ୫୦ଫୁଟ ନିମ୍ନ ମାନର କାର୍ଯ୍ୟ କୁ ଭାଙ୍ଗି ନୂତନ ଭାବରେ କରାଯିବ ବୋଲି କହିଛନ୍ତି।ତେବେ ଏଥିପ୍ରତି ତୁରନ୍ତ ଉଚ୍ଚ କର୍ତୃପକ୍ଷ ତଥା ଜିଲ୍ଲାପାଳ ଦୃଷ୍ଟି ଦେଇ ଏଭଳି କାର୍ଯ୍ୟ କୁ ପ୍ରଶ୍ରୟ ଦେଉଥିବା ଓ କରୁଥିବା ବ୍ୟକ୍ତି ବିଶେଷ ଙ୍କ ପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କାଉନସିଲର ଶ୍ରୀ ରଏ ଦାବୀ ଜଣାଇଛନ୍ତି। ତେବେ ଦେଖାଯାଉ ଏମାନଙ୍କ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ନାଁ ସରକାର ଙ୍କ ଠାରୁ ପୁରସ୍କାର ଘୋଷଣା କରାଯାଉଛି ତାହା ସମୟ ହିଁ କେବଳ କହିବ ।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ,୧୮/୬/୨୦୨୩-----୯,୫୫ Sakhigopal News,18/6/2023