Breaking News

ରେମଣ୍ଡା ଗ୍ରାମ ଠାରେ ଦୁର୍ଗା ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ଠାରେ ଦୁର୍ଗା ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ସରପଞ୍ଚ ଉଦ୍ଧବ ବାରିକଙ୍କ ନେତୃତ୍ବରେ ଗ୍ରାମବାସୀ ଙ୍କ ଦ୍ବାରା ଭୂମି ପୂଜାନୋତ୍ସବ ରିତିନୀତି ଓ ବିଧି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ପଣ୍ଡିତ ଶୁକଦେବ ଶତପଥୀ,ପ୍ରଦୀପ ଶତପଥୀ, ମଣ୍ଟୁ ଶତପଥୀ କଳସ ଆବାହନ ସହ ଭୂମି ପୂଜାର୍ଚ୍ଚନା କରିଥିଲେ ।ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶୀଳ କୁମାର ଭୁଏ, ମଧୁସୂଦନ ଭୋଇ, ମହେନ୍ଦ୍ର ଠାକୁର,ଯୁବନେତା ମୋହନ ଦୋରା, ନରେନ୍ଦ୍ର ବାଗ ,ସଂଗ୍ରାମ ସରାଫ, ସଞ୍ଜୟ ଭାଇ, ଫକୀର ମେହେର ପ୍ରମୁଖ ସହ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୬/୨୦୨୩----୮,୨୫ Sakhigopal News,7/6/2023

Popular Posts