ଟ୍ରାନ୍ସଫର୍ମର ରାସ୍ତା କଡରେ ମୁକୁଳା ଅବସ୍ଥାରେ ରହିଛି
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ଅନ୍ତର୍ଗତ ଥୁଆପାଲି ବିଦ୍ୟୁତ ସେକ୍ସନ ଅଧିନରେ ଥିବା କୁଶନପୁରୀ ଗ୍ରାମ ଛକ ଓ କୁଶନପୁରୀ (ପଧାନ ଟିକରା) ଠାରେ ଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥା ରହିଅଛି। ଏହି ରାସ୍ତା ଦେଇ ସଦା ସର୍ବଦା ଜନସାଧାରଣ, ଗାଡି, ମଟର ଓ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି। ପ୍ରକାଶ ଥାଉକି କୁଶନପୁରୀ ଛକ ନିକଟରେ ଏକ ବିଦ୍ୟାଳୟ ରହିଛି। ଏହା ସହିତ ଗାଈ, ବଳଦ, ଛେଳି, ମେଣ୍ଢା ମଧ୍ୟ ଯିବା ଆସିବା କରିଥାନ୍ତି। ଅନେକ ଥର ଗାଈ, ବଳଦ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଳ୍ପକେ ବଞ୍ଚି ଯାଇଛନ୍ତି। ଅନେକ ଥର ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ ବୋଲି ସ୍ଥାନୀୟ ଲୋକମାନେ କହନ୍ତି। ଅନ୍ୟ ପକ୍ଷରେ କୌଣସି ଜନଜୀବନ ନଷ୍ଟ ହେବା ଆଗରୁ ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀ ତଥା ବରଗଡ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଦୃଷ୍ଟି ଦେଇ ସୁରକ୍ଷା ବାଡ ଦେବାକୁ ଗ୍ରାମବାସୀଙ୍କ ସହିତ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୭/୨୦୨୩-----୮,୧୦ Sakhigopal News,1/7/2023