Breaking News

ଜଟଣୀରେ ବିଭିନ୍ନ ସ୍ଥାନରେ ରଥଯାତ୍ରା , ରଥରେ ବସି ପାହାଡ଼ ଉପରୁ ତଳକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି



ଜଟଣୀ ---ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିଶ୍ୱର କୋଣ ଅନୁକୋଣରେ ପାଳିତ ହେଉଛି । ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ମଧ୍ୟ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି  । ଜଟଣୀ ବ୍ଲକ ଅଧୀନ ଲବଣଗିରି ପାହାଡ଼ ଜଗନ୍ନାଥ ମନ୍ଦିର, କୁଦିଆରୀ, ବାଛରା ପାଟଣା, ହାଟ ବଜାର, ବୁଢାଙ୍ଗରା ଇତ୍ୟାଦି ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜାମୁକୋଳି ପଞ୍ଚାୟତ ଲବଣଗିରି ପାହାଡ଼ ଉପରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ଏକ ଭିନ୍ନ ପରିଚୟ ରହିଛି  । ଏଠାରେ ରଥ ପାହାଡ଼ ଉପରୁ ତଳକୁ ଖସିଥାଏ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ  ରଥ ଉପରେ ବସି ତଳକୁ ଗଡି ଗଡି ଆସିଥାନ୍ତି ।  ହଜାର ହଜାର ଭକ୍ତଙ୍କ ମେଳରେ ଆଜି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ହୋଇଥିଲା । ସବୁ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ରଥଟଣା ଶେଷ ହୋଇଛି । ଜଗନ୍ନାଥ ଙ୍କ ରଥ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଞ୍ଚ ଗାଁ ସ୍ଥିତ ମାଉସୀ ମା ମନ୍ଦିର ରେ ପହଞ୍ଚି ଥିବାର ମନ୍ଦିର କମିଟି ସୂଚନା ଦେଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୬/୨୦୨୩---୯,୪୫ Sakhigopal News,20/6/2023

Blog Archive

Popular Posts