Breaking News

୨୫ ଦିନରେ ପହଁଚିଲା ଅମଲା ମଞ୍ଚର କାର୍ଯ୍ୟବନ୍ଦ ଆନ୍ଦୋଳନ ,ସାଧାରଣ ଜନତା ହନ୍ତ ସନ୍ତ





ଜଟଣୀ --- ଜଟଣୀ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା -ତହସିଲ କାର୍ଯ୍ୟାଳୟ, ସବରେଜେଷ୍ଟ୍ରି କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସେଲଟ୍ୟାକ୍ସ କାର୍ଯ୍ୟାଳୟ ପ୍ରମ୍ମୁଖ ଅମଲା ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତତ ସଂଗେ ସଂଗେ ନିରୀହ ଯୁବକ ଯୁବତୀ ମାନେ ଦୁଇ ପଇସା ରୋଜଗାର ଉଦେଶ୍ୟରେ ଖୋଲିଥିବା ଜନସେବା କେନ୍ଦ୍ର ଏବଂ ସରକାରୀ କାର୍ଯ୍ୟାଳୟ ନିକଟରେ ଖୋଲିଥିବା ଜେରକ୍ସ ଓ ଡିଟିପି ଦୋକାନ ଗୁଡିକ ମଧ୍ୟ ବନ୍ଦ ପଡିଛି l ଯାହାଫଳରେ ଶିକ୍ଷିତ ଯୁବକ ଯୁବତୀ ମାନେ ହାତ ବାନ୍ଧି ବସିଛନ୍ତି l ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ ପଦବୀର ବେତନ ଲେଭେଲ-4 ରୁ ଲେଭେଲ-9କୁ ବୃଦ୍ଧି ଦାବି ପୂରଣ ନେଇ ଆଜକୁ ୨୫ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି l ଫଳରେ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଲୋକେ କାମ ନ କରିପାରି ହତାଶ ହୋଇ ଫେରୁଛନ୍ତି l ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜିକୃତ (ଆଡ଼ମିସନ) ସମୟ ଚାଲୁଥିବା ବେଳେ ଦରକାର ହେଉଥିବା ରେସିଡେନ୍ସ, ଜାତି ଗତ ପ୍ରମାଣ ପତ୍ର, ଇନକମ ସାର୍ଟିଫିକେଟ ପାଇଁ ତହସିଲ କାର୍ଯ୍ୟାଳୟ ଆସୁଛନ୍ତି l ହେଲେ ଅମଲାମାନେ କାର୍ଯ୍ୟରେ ଯୋଗ ଦେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି l ସେହି ପରି ସବ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଜମିଜମା ରେଜେଷ୍ଟ୍ରି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l ଏପରିକି ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ସାଧାରଣ ଲୋକଙ୍କ ମତରେ ୫0 ଜଣ କନିଷ୍ଠ କିରାଣୀ କାର୍ଯ୍ୟକୁ ତଦାରଖ କରିବା ପାଇଁ ୫ ଜଣ ସରକାରୀ ଅଫିସର ଥାନ୍ତି l ଯେଉଁଠି ୫0 ଜଣ କିରାଣୀ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେଠି ସାଧାରଣତଃ କାର୍ଯ୍ୟରେ ବାଧାପ୍ରାପ୍ତ ହେବ l ତେଣୁ ରାଜସ୍ବ ମକଦମା ଠାରୁ ଆରମ୍ଭ କରି ମିଶିଲାନ୍ସ ସାର୍ଟିଫିକେଟ ବାହାର ହୋଇପାରୁନାହିଁ l ଯାହା ଫଳରେ ସାଧାରଣ ଲୋକଙ୍କ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ l ତେଣୁ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ମାନେ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ଏହାର ସମାଧାନର ବାଟ ବାହାର କରିବା ପାଇଁ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି l ଜଟଣୀ ରୁ  ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୩---୧୨,୧୫ Sakhigopal News,16/6/2023

Blog Archive

Popular Posts