ସେବାୟତ ମାନଙ୍କ ଶଶ୍ଷାନ ଭଙ୍ଗା ଯିବା ଘଟଣା , ମନ୍ଦିର ଗୁମଟରେ ସେବାୟତ ଧାରଣାରେ ବସିଲେ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ପକ୍ଷରୁ ମନ୍ଦିର ଗୁମୁଟରେ ଧାରଣାରେ ବସିଛନ୍ତି । ଘଟଣାରୁ ପ୍ରକାଶ ଯେ ସେବାୟତ ମାନଙ୍କର ଶ୍ମଶାନ କୁ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଠିକା ସଂସ୍ଥା ଓବିସିସି ଭାଙ୍ଗି ଦେଇଥିବା ଯୋଗୁ ଏହି ବିବାଦ ସୃଷ୍ଟି ହୋଇଛି । ସେବାୟତ ମାନେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ଠାକୁରଙ୍କ ନୀତି ସହିତ ଜଡିତ କେତକୀଝର ପୋଖରୀ ତାଙ୍କ କବଜାରେ ରହିଛି। ଏବେ କାହାକୁ କିଛି ନ ଜଣାଇ ଶସ୍ମାନ ଭାଙ୍ଗି ମାଟି ରେ ମିଶାଇ ଦେଇଛନ୍ତି । ଏବେ ଯଦି କାହାର ମୃତ୍ୟୁ ହୁଏ ତା ହେଲେ ତାଙ୍କର ଅନ୍ତିମ ସଂସ୍କାର କରାଯିବ କେଉଁଠି ବୋଲି ସେବାୟତ ସଂଘର ସମ୍ପାଦକ ବିଜୟ ନନ୍ଦ ପ୍ରଶ୍ନ ଉଠାଇଛନ୍ତି । ସେହିପରି ସେବାୟତ ମାନେ କହିଛନ୍ତି ଆମ ବାପା ,ଜେଜେ କାହିଁ କେଉଁ କାଳରୁ ମନ୍ଦିର ରୋଷଘର ଚୁଲିରୁ ନିଆଁ ଗଲେ ଶବସତ୍କାର କରାଯାଏ । ସେ ପରମ୍ପରା ଆମେ ଭାଙ୍ଗି ପାରିବୁନି । ଏହାକୁ ନେଇ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଛନ୍ତି । ଏହି ଖବର ପାଇ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଓ ସତ୍ଯବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ ଧାରଣା ସ୍ଥାନରେ ପହଞ୍ଚିଥିଲେ । ସେବାୟତ ମାନଙ୍କର ଦାବି ସଂପର୍କରେ ଶୁଣିବା ପରେ ସେମାନଙ୍କୁ ବୁଝାସୁଝା କରିଥିଲେ । ମାତ୍ର ସେବାୟତମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଅନ୍ଯ ପକ୍ଷେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ କହନ୍ତି ଓଡିଆ ବିଶ୍ୱବିଦ୍ୟାଳୟ କୁ ଶ୍ମଶାନ ଜମି ଦିଆଯାଇନାହିଁ। ଯେଉଁ ଠିକା ସଂସ୍ଥା ଭାଙ୍ଗି ଛନ୍ତି ସେମାନେ ଭୁଲ କରିଛନ୍ତି । ଏ ବିଷୟରେ ଆଲୋଚନା କରିବା ପାଇଁ ଡାକିଥିଲେ ମଧ୍ୟ ସେବାୟତ ମାନେ ତହସିଲଦାର ଓ ନିର୍ବାହୀ ଅଧିକାରୀ ଙ୍କ କଥା ଶୁଣି ନଥିଲେ । ତହସିଲଦାର ,ମନ୍ଦିର ନିର୍ବାହୀ ଅଧିକାରୀ ଫେରିଯାଇ ଥିବା ଜଣାପଡିଛି । ମନ୍ଦିର ସୁପର ଭାଇଜର ବିଶ୍ବନାଥ ମହାପାତ୍ର କହିଛନ୍ତି ଯେ ଠାକୁରଙ୍କ ନୀତି କାନ୍ତି ବନ୍ଦ ରହିଛି ଆଲୋଚନା ହେଉଛି ଠାକୁରଙ୍କ ନୀତିକାନ୍ତି କରାଯିବ । ଅନ୍ୟ ପକ୍ଷରେ ଏହା ଆଗରୁ ମନ୍ଦିର ପରିଚାଳନା କମିଟିର ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା ଯେ ସିଦ୍ଧବଳରାମଙ୍କ ମନ୍ଦିର ନିକଟ ରେ ନୂତନ ଶସ୍ମାନ ନିର୍ମାଣ କରାଯିବା ପରେ ପୁରାତନ ଶସ୍ଶଆନ ଭଙ୍ଗା ଯିବ । ସେପଟେ ଶସ୍ଶାନ କାର୍ଯ୍ୟ ଆରମ୍ଭ ହେବା ପରେ ଏଣ୍ଡାମେଣ୍ଟ କମିଶନର ଉକ୍ତ ଯାଗା ଉପରେ ରୋକ ଲଗାଇଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୬/୨୦୨୩----୮,୪୦ Sakhigopal News,26/6/2023
ସେବାୟତ ମାନଙ୍କ ଶଶ୍ଷାନ ଭଙ୍ଗା ଯିବା ଘଟଣା , ମନ୍ଦିର ଗୁମଟରେ ସେବାୟତ ଧାରଣାରେ ବସିଲେ
Reviewed by sakhigopal news
on
08:41
Rating: 5
